କୋଭିସିଲ୍ଡ ଟିକାର ଦ୍ୱିତୀୟ ଡୋଜ ପାଇଁ ନୂଆ ନିୟମ । କୋ ୱିନ ପୋର୍ଟାଲରେ କୋଭିସିଲ୍ଡ ଦ୍ୱିତୀୟ ଡୋଜ ଟିକା ବ୍ୟବଧାନ ନେଇ ପରିବର୍ତନ କରିଛନ୍ତି କେନ୍ଦ୍ର ସରକାର । ଏଣିକି ପ୍ରଥମ ଡୋଜ କୋଭିସିଲ୍ଡ ଟିକା ନେଇଥିବା ବ୍ୟକ୍ତି ୪୨ ଦିନ ଅର୍ଥାତ ୬ ସପ୍ତାହ ପରେ ଦ୍ୱିତୀୟ ଡୋଜ ଟିକା ନେବେ ।
ସୂଚନା ଅନୁଯାୟୀ, ଦ୍ବିତୀୟ ଡୋଜ କୋଭିସିଲ୍ଡ ଟିକାର ଦ୍ୱିତୀୟ ଡୋଜ୍ ୪ରୁ ୬ସପ୍ତାହ ମଧ୍ୟରେ ମିଳିବ ନାହିଁ । ପୂର୍ବରୁ ଦ୍ୱିତୀୟ ଡୋଜ ୪ ସପ୍ତାହ ବା ୨୮ ଦିନ ଥିଲା । ଏଥିରେ ସଂଶୋଧନ କରାଯାଇଛି । ନେଇ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ।
ଦେଶରେ ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଥିବା ବେଳେ ଟିକାକରଣକୁ ଜୋରଦାର କରାଯାଇଛି । କରୋନାକୁ ମାତ ଦେବା ପାଇଁ ଅଧିକରୁ ଅଧିକ ଟିକାକରଣ ହିଁ ଏକାମାତ୍ର ଅସ୍ତ୍ର । । ତେଣୁ କେଭଳି ସମସ୍ତଙ୍କୁ ଠିକ ସମୟରେ ଟିକାକରଣ କରାଯିବ ସେ ନେଇ ଫୋକସ କରିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର । ତେବେ ଦେଶର ବିଭିନ୍ନ ରାଜ୍ୟକୁ ଆବଶ୍ୟକୀୟ ପରିମାଣର ଟିକା ମିଳୁପାରୁନଥିବା ବାରମ୍ବାର ଅଭିଯୋଗ ହୋଇଛି । ତେଣୁ ଟିକା ଅଭାବ ପାଇଁ କୋଭିସିଲ୍ଡର ଦ୍ୱିତୀୟ ଡୋଜ ଟିକାର ବ୍ୟବଧାନକୁ ବଢାଯାଇନି ତ? ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି । ଦେଶରେ ଟିକାର ଅଭାବ ଦେଖା ଦେଉଥିବାରୁ ଲକ୍ଷାଧିକ ଲୋକ ଠିକ୍ ସମୟରେ ଦ୍ୱିତୀୟ ଡୋଜ୍ ନେଇପାରୁନାହାନ୍ତି। ଦ୍ୱିତୀୟ ଡୋଜ୍ ନେଇ ପାରୁ ନଥିବା ଲୋକମାନେ ଏହାକୁ ନେଇ ଚିନ୍ତିତ ରହିଛନ୍ତି। ତେଣୁ ଏହାକୁ ନଜରରେ ରଖି ନିୟମରରେ ପରିବର୍ତନ କରାଯାଇନି ତ ?