ମିଳିଲାନି ଅକ୍ସିଜେନ..ଆଖିବୁଜିଲେ ୨୨ ରୋଗୀ

ଦେଶରେ ମହାମାରୀ ଉଗ୍ରରୂପ ନେଇଥିବା ବେଳେ ଏସବୁ ଭିତରେ କରୁଣ ଚିତ୍ର ସାମ୍ନାକୁ ଆସିଛି । ମହାରାଷ୍ଟ୍ରର ନାଶିକରେ ବଡ଼ ଅଘଟଣ ଘଟିଛି। ଜାକିର ହୁସେନ ହସ୍ପିଟାଲରେ ଅକ୍ସିଜେନ୍ ଟ୍ୟାଙ୍କ ଲିକ୍ ହୋଇ ୨୨ ରୋଗୀଙ୍କ ମୃତ୍ୟୁ ହୋଇଛି । ଅମ୍ଳଜାନ ଲିକ୍‌ ହେବାରୁ ଭେଣ୍ଟିଲେଟର୍‌ରେ ଥିବା ୨୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଲିକ୍‌ ଯୋଗୁ ଏମାନଙ୍କ ପାଖରେ ଠିକ୍‌ ଭାବେ ଅମ୍ଳଜାନ ପହଞ୍ଚି ପାରି ନଥିଲା। ତେଣୁ ସେମାନଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି।

ମୃତ୍ୟୁ ବରଣ କରିଥିବା ସମସ୍ତ ରୋଗୀ ଭେଣ୍ଟିଲେଟରରେ ଥିଲେ । ଏସମ୍ପର୍କରେ ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ସୂଚନା ଦେଇଛନ୍ତି । ରାଜେଶ ଟୋପେଙ୍କ ଅନୁସାରେ ହସ୍ପିଟାଲରେ ଅକ୍ସିଜେନ୍ ଟ୍ୟାଙ୍କର ଲିକ୍ ହୋଇଯାଇଥିଲା । ଫଳରେ ଭେଣ୍ଟିଲେଟରରେ ଥିବା ରୋଗୀଙ୍କୁ ଅକ୍ସିଜେନ୍ ମିଳିନଥିଲା । ଘଟଣା ପରେ ଯାଞ୍ଚ ପାଇଁ କମିଟି ଗଠନ ହୋଇଛି। କେମିତି ଓ କେଉଁ କାରଣରୁ ଏଭଳି ହେଲା ତାର ତଦନ୍ତ ଆରମ୍ଭ ହୋଇଛି । ଯେତେବେଳେ ଘଟଣା ଘଟିଥିଲା ସେହି ସମୟରେ ହସ୍ପିଟଚାଲରେ ପାଖାପାଖି ୧୭୦ ରୁ ଅଧିକ ରୋଗୀ ଥିଲେ ।

ଅମ୍ଳଜାନ ଲିକ୍‌ ହେବାର ଭିଡିଓକୁ ଏଏନ୍‌ଆଇ ପକ୍ଷରୁ ଟ୍ୱିଟ କରାଯାଇଛି। ଭିଠିଓରେ ଅମ୍ଳଜାନ ଲିକ୍‌ ହେବାରୁ ସମଗ୍ର ଅଞ୍ଚଳ ଏକ ପ୍ରକାରର ଧୂଆଁମୟ ହୋଇଯାଇଥିବା ଦେଖିବାକୁ ମିଳିଛି। ରିପୋର୍ଟ ଅନୁସାରେ ଦୁର୍ଘଟଣା ଘଟିବା ବେଳେ ଭେଣ୍ଟିଲେଟରରେ ୨୫ରୁ ଅଧିକ ରୋଗୀ ଥିଲେ । ମହାରାଷ୍ଟ୍ର ସରକାରଙ୍କ ଅନୁସାରେ ଏବେ ୬୦ ଜଣ ରୋଗୀଙ୍କୁ ଅକ୍ସିଜେନ୍ ଯୋଗାଇ ଦିଆଯାଉଛି ।

Comments (0)
Add Comment