ପାହାନ୍ତିଆରେ ପାଣ୍ଡିଆନ…

ମୁଖ୍ୟମନ୍ତ୍ରୀ ଏକାମ୍ରକ୍ଷେତ୍ର ପ୍ରକଳ୍ପ ବୁଲି ଦେଖିବାର ଦିନ କେଇଟାପରେ ପୁଣି ଅନୁଧ୍ୟାନ ପାଇଁ ପହଁଚିଛନ୍ତି ୫-ଟି ସଚିବ ଭି. କେ. ପାଣ୍ଡିଆନ୍ । ପ୍ରକଳ୍ପ କାର୍ଯ୍ୟ କେତେବାଟ ଆଗେଇଛି ତାର ସମୀକ୍ଷା କରିଛନ୍ତି ପଣ୍ଡିଆନ । ସାଙ୍ଗରେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୈାଧୁରୀ ଓ ପୁର୍ତ୍ତ ବିଭାଗ ସଚିନ କ୍ରିଷନ କୁମାର ମଧ୍ୟ ଥିଲେ । ସ୍ଥାନୀୟ ଦୋକାନୀଙ୍କ ଥଇଥାନ କାର୍ଯ୍ୟ ତୁରନ୍ତ ସାରିବାକୁ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ । ସେହିଭଳି ତୁରନ୍ତ ଏକ ବିକଳ୍ପ ରାସ୍ତା ତିଆରି କରିବା ଉପରେ ଜୋର ଦିଆଯାଇଥିବା ବେଳେ ଭଗ୍ନାବଶେଷକୁ ତୁରନ୍ତ ହଟାଇବା ପାଇଁ ସମୀକ୍ଷା ପରେ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି ।

ବଡ କଥା ହେଉଛି ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ରକ୍ଷେତ୍ର ପ୍ରକଳ୍ପ ଅଂଚଳ ବୁଲି ଆଲୋଚନା କରିଥିଲେ । ସେବାୟତଙ୍କ ସହ କଥା ହେବା ବେଳେ ଶ୍ରୀମନ୍ଦିର ଭଳି ସ୍ୱତନ୍ତ୍ର ଅଇନ ଆଣିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ପୁରୀ ଭଳି ଲିଙ୍ଗରାଜ ମନ୍ଦିର ଚାରିପାଖର ବିକାଶ ପାଇଁ ୫-ଟି ଆଧାରରେ ପ୍ଲାନ ତିଆରି କରାଯାଇଛି । ଯାହାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ପାହାନ୍ତିଆ ପହରରେ ହୋଇଥିବା ଆଜିର ସମୀକ୍ଷା ବେଳେ କୈାଣସି ନେତା ଉପସ୍ଥିତ ନରହିବା ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା ପାଣ୍ଡିଆନ ଆସୁଛନ୍ତି ବୋଲି ଖବର ପାଇନଥିଲେ କି, ତାର ଉତ୍ତର ଖୋଜୁଛନ୍ତି ସ୍ଥାନୀୟ ଜନସାଧାରଣ ।

Comments (0)
Add Comment