ପଞ୍ଜଶୀର ଘାଟି କବଜା କରିଥିବା ନେଇ ଦାବି କରିଛି ତାଲିବାନ । କିନ୍ତୁ ତାଲିବାନର ଏପରି ଦାବିକୁ ଖାରଜ କରିଛନ୍ତି ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ଅମରୁଲା ସାଲେହ । ଏବେ ବି ଯୁଦ୍ଧ ଚାଲିଥିବା କହିଛନ୍ତି ଅମରୁଲ୍ଲା ସାଲେହ । ଜଣେ ତାଲିବାନ କମାଣ୍ଡର କହିଛନ୍ତି, ପୂରା ଆଫଗାନିସ୍ତାନ ଆମ କଣ୍ଟ୍ରୋଲରେ ରହିଛି । ଅସୁବିଧା ସୃଷ୍ଟି କରୁଥିବା ଲୋକଙ୍କୁ ଆମେ ପରାସ୍ତ କରିଛୁ ଓ ପଞ୍ଜଶୀର କବଜା କରିଛୁ ।
ଗତ କିଛି ଦିନ ହେବ ଅମରୁଲ୍ଲା ସୋହେଲ ଓ ଅହମ୍ମଦ ମସୁଦ ତାଲିବାନକୁ ବିରୋଧ କରିବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି । କିଛି ଦିନ ପର୍ୟ୍ୟନ୍ତ ତାଲିବାନ ଓ ମସୁଦଙ୍କ ମଧ୍ୟରେ କଥାବାର୍ତା ଚାଲିଥିଲା । ହେଲେ ଏଥିରୁ କୌଣସି ନିର୍ୟାସ ବାହାରି ପାରିନଥିଲା । ପଞ୍ଜଶୀର କବଜା କରିବା ପାଇଁ ତାଲିବାନୀ ଆତଙ୍କବାଦୀଙ୍କୁ ପଠାଯାଇଥିଲା । ସେଠାରେ ଯୁଦ୍ଧ ଚାଲିଥିବା ନେଇ ଖବର ଆସିଥିଲା । ଏଥିରେ ୩ ଶହରୁ ଅଧିକ ତାଲିବାନୀ ନିହତ ହୋଇଥିବା କୁହାଯାଉଥିଲା ।