ଆଜି ବିଦ୍ୟାଭାରତୀଙ୍କୁ ଜେରା

ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା ।ଆଜି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀୟଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ । ବିଦ୍ୟାଭାରତୀଙ୍କ ପିତାଙ୍କ କପ୍ତିପଦା ସ୍ଥିତ ବାସଭବନକୁ ଯାଇ କ୍ରାଇମବ୍ରାଞ୍ଚ ଜେରା କରିବ । ଜେରା ସମୟରେ କ୍ରାଇମ ଏଗେନଷ୍ଟ ଓମ୍ୟାନ ଶାଖାର ଦୁଇ ଜଣ ମହିଳା ଅଫିସର ଉପସ୍ଥିତ ରହି ତଦନ୍ତକାରୀ ଟିମକୁ ଆବଶ୍ୟକୀୟ ସହଯୋଗ କରିବେ । ସୌମ୍ୟଙ୍କ ମୃତ୍ୟୁ ପଛରେ ବିଦ୍ୟାଭାରତୀୟ ସଂପୃକ୍ତି ଥିବା ନେଇ ଅଭିଯୋଗ ହୋଇଆସୁଛି । ତେଣୁ ଆଜି ଜେରା ବେଳେ ବିଦ୍ୟାଭାରତୀଙ୍କ ଠାରୁ ସତ ଓଗାଳିବାକୁ ଚେଷ୍ଟା କରିବ ।
ଗତକାଲି କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍ ଏସିଏଫ ସୌମ୍ୟରଞ୍ଜନଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରିଛନ୍ତି । ମୃତ ସୌମ୍ୟଙ୍କ ବାପା, ମାଆ ସହ ମାମୁଁ, ମାଇ ଓ ସୌମ୍ୟଙ୍କ ସାନ ଭାଇଙ୍କ ବୟାନ ରେକର୍ଡ କରାଯାଇଛି ।ଏହା ପୂର୍ବରୁ ୧୪ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିଥିଲା କ୍ରାଇମବ୍ରାଂଚ ।
ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟର ୫୦ ଦିନ ପରେ ବି ମୃତ୍ୟୁ ଉପରୁ ପରଦା ହଟିନାହିଁ । ପ୍ରଥମେ ପୁଲିସ ତଦନ୍ତରେ ସହଯୋଗ କରୁଥିବା କ୍ରାଇମବ୍ରାଞ୍ଚ ଏବେ ତଦନ୍ତ ଭାର ନିଜ ହାତକୁ ନେଇଛି ।

Comments (0)
Add Comment