ଏସ୍ଆଇଟିକୁ ଝଟକା..

ସାରା ରାଜ୍ୟକୁ ଯେଉଁ ଘଟଣା ଦୋହଲାଇଦେଇଥିଲା ଏବଂ ଯାହାକୁ ନେଇ ଓଡିଶା ରଜାନୀତିରେ ହଲଚଲ ଆସିଥିଲା, ବହୁ ଚର୍ଚ୍ଚିତ ଯଦୁପୁର ପରି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀ ନାବାଳକ ବୋଲି ଜଣାପଡ଼ିଛି । ସରୋଜକୁ ନାବାଳକ ଦର୍ଶାଇଲେ ନୟାଗଡ଼ ପୋକ୍ସୋ କୋର୍ଟ । ଫଳରେ ଏସଆଇଟିକୁ ଏକ ବଡ଼ ଝଟକା ଲାଗିଛି । ଅଭିଯୁକ୍ତକୁ କେଉଁ ଉଦ୍ଦେଶ୍ୟରେ ଏସ୍‌ଆଇଟି ସାବାଳକ ସଜାଇଥିଲା‌, ତାକୁ ନେଇ ସନ୍ଦେହ ପ୍ରକାଶ ପାଉଛି।ଅଭିଯୁକ୍ତକୁ କେଉଁ ଉଦ୍ଦେଶ୍ୟରେ ଏସ୍‌ଆଇଟି ସାବାଳକ ସଜାଇଥିଲା‌, ତାକୁ ନେଇ ସନ୍ଦେହ ପ୍ରକାଶ ପାଉଛି। ତାକୁ ଜୁଭେନାଇଲ କୋର୍ଟରେ ହାଜର କରିବା ପାଇଁ ଏସ୍‌ଆଇଟିକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି ।

ଅଭିଯୁକ୍ତକୁ ନାବାଳକ ଦର୍ଶାଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପରିବାର । ଆଜି କୋର୍ଟରେ ଅଭିଯୁକ୍ତର ଜନ୍ମ ପ୍ରମାଣପତ୍ର ଓ ମାଟ୍ରିକ ସାର୍ଟିଫିକେଟ ଦାଖଲ କରିଥିଲେ ଓକିଲ । ପ୍ରମାଣ ପାଇବା ପରେ କୋର୍ଟ ଅଭିଯୁକ୍ତକୁ ନାବାଳକ ଦର୍ଶାଇଛନ୍ତି ।କୋର୍ଟଙ୍କ ଏହି ରାୟ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ(ଏସ୍‌ଆଇଟି)କୁ ବଡ଼ ଝଟ୍‌କ‌ା‌ ଦେଇଛି। ତେବେ ନାବାଳକ ହେଲେ ମଧ୍ୟ କଠୋର ଦଣ୍ଡବିଧାନରୁ ବର୍ତିପାରିବ ନାହିଁ ସରୋଜ । କାରଣ ଜୁଭେନାଇଲ ଜଷ୍ଟିସ ଆକ୍ଟ-୨୦୧୫ ଅନୁସାରେ ଜୁଭେନାଇଲ ଜଷ୍ଟିସ ବୋର୍ଡ ଅଭିଯୁକ୍ତର ବୟସ ନିର୍ଦ୍ଧାରଣ କରିବା ପାଇଁ ଅନୁସନ୍ଧାନ କରିବ । ସେହି ଅନୁସାରେ କମିଟି ସ୍ଥିର କରିବ ଯେ ଏହି ମାମଲା ଜୁଭେନାଇଲ ଜଷ୍ଟିସ କୋର୍ଟରେ ବିଚାର ହେବ ନା ଚିଲଡ୍ରେନ କୋର୍ଟରେ ବିଚାର ହେବ ।ପରୀ ମାମଲାଟି ଜଘନ୍ୟ ଅପରାଧିକ ମାମଲା ହୋଇଥିବାରୁ ଆଇନ ଅନୁଯାୟୀ ଅଭିଯୁକ୍ତ ସରୋଜ ସେଠୀକୁ ବୟସ୍କ ଭାବରେ ବିଚାର କରିବାକୁ ଏସଆଇଟି ଆଇନଗତ ଫୋରମରେ ଆବେଦନ କରିବ ।

ନାର୍କୋ ଆନାଲିସିସ୍‌ ଟେଷ୍ଟ ପାଇଁ କୋର୍ଟରେ ଏସ୍‌ଆଇଟି କରିଥିବା ଆବେଦନ ଉପରେ ଶୁଣାଣି ହେବା ନେଇ କୁହାଯାଉଛି । ଏନେଇ ସୋମବାର ସରୋଜକୁ କୋର୍ଟରେ ହାଜର କରାଯାଇଥିବା ବେଳେ ମଙ୍ଗଳବାର ଶୁଣାଣି କରିବାକୁ ସମୟ ଧାର୍ୟ୍ୟ ହୋଇଥିଲା ।

Comments (0)
Add Comment