ପରୀ ହତ୍ୟା ମାମଲାରେ ସାଂଘାତିକ ତଥ୍ୟ ସାମନାକୁ ଆସିଛି । ହତ୍ୟା ପୂର୍ବରୁ ଯୌନନିର୍ଯାତନାର ଶିକାର ହୋଇଥିଲା ପରୀ । ଆଜି ଏସଆଇଟି ପକ୍ଷରୁ ହାଇକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ ହୋଇଛି । ତେବେ ପରୀକୁ ଦୁଷ୍କର୍ମ ପରେ ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ଷ୍ଟାଟସ ରିପୋର୍ଟରେ ଉଲ୍ଲେଖ ଥିବା ଏକ ବିଶେଷ ସୂତ୍ରରୁ ଜଣାପଡିଛି ।
ଏସଆଇ ପକ୍ଷରୁ ଦାଖଲ ଷ୍ଟାଟସ ରିପୋର୍ଟ ଅନୁସାରେ, ହତ୍ୟା ପୂର୍ବରୁ ପରୀ ଉଲଗ୍ନ ଥିଲା । ଫୋରେନସିକ ପରୀକ୍ଷଣ ସମୟରେ ପରୀର ଡ୍ରେସରେ ସିମେନ ପଡିଥିବା ମଧ୍ୟ ଦେଖିବାକୁ ମିଳିଥିଲା ।ଏହି ସବୁ ପ୍ରମାଣ ମିଳିବା ପରେ ପରୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।
ଜୁଲାଇ ୧୪ ତାରିଖରେ ପରୀ ଗାଁ ଦାଣ୍ଡରେ ଖେଳୁଥିବା ଦୀର୍ଘ ସମୟ ପର୍ୟ୍ୟନ୍ତ ଘରକୁ ଫେରି ନଥିଲା। ଝିଅକୁ ନପାଇ ପରିବାର ପକ୍ଷରୁ ସଦର ଥାନାରେ ଏତଲା ଦିଆଯାଇଥିଲା। ଜୁଲାଇ ୨୩ରେ ନୟାଗଡ ଯଦୁପୁରରୁ ଏକ ପୋଖରୀ ପାଖରୁ ପରୀର ମୃତଦେହ ମିଳିଥିଲା ।ଏହା ପରେ ଘଟଣାର କ୍ରାଇମବ୍ରାଂଚ ତଦନ୍ତ ଆରମ୍ଭ ହୋଇଥିଲା । ତଦନ୍ତ ପରେ ଆଜି ହାଇକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିଛି ଏସଆଇଟି ।
ପରୀ ବାପା, ମା’ ଗତ ୨୪ ତାରିଖରେ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ପରେ ସରକାର ପ୍ରଥମେ କ୍ରାଇମବ୍ରାଞ୍ଚ, ପରେ ଏସଆଇଟି ଗଠନ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।