ରାଜ୍ୟରେ ତାଲାବନ୍ଦ ଆଂଶିକ କୋହଳ

ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମୁଥିବା ବେଳେ କରୋନା କଟକଣା ଆଶିଂକ କୋହଳ କରିଛନ୍ତି ସରକାର । ଜୁଲାଇ ପହିଲା ଯାଏଁ ରାଜ୍ୟରେ ଲାଗୁ ହେବ ଆଂଶିକ ଲକ୍ଡାଉନ୍ । ଆସନ୍ତାକାଲି ସକାଳ ୫ଟା ଠାରୁ ଜୁଲାଇ ୧ ତାରିଖ ସକାଳ ୫ଟା ପର୍ୟ୍ୟନ୍ତ ଲାଗୁ ରହିବ । ରେଡ୍ ଜୋନରେ ଥିବା ଜିଲ୍ଲାକୁ ଛାଡି ଅନ୍ୟ ସମସ୍ତ ଜିଲ୍ଲାକୁ ଅନଲକ୍ କରିଛନ୍ତି ରାଜ୍ୟ ସରକାର ।

ରାଜ୍ୟ ସରକାର ଏହି ଆଂଶିକ ଲକଡାଉନକୁ ୨ଟି ବର୍ଗରେ ଭାଗ କରିଛନ୍ତି । ଏହା କାଟାଗୋରୀ-ଏ ଓ କାଟାଗୋରୀ-ବିରେ ଭାଗ କରାଯାଇଛି । କାଟାଗୋରୀ-ଏ ରେ ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବଉଦ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡା ଜିଲ୍ଲା। ରହିଥିବା ବେଳେ ସକାଳ ୬ରୁ ସନ୍ଧ୍ୟା ୫ ଯାଏଁ ଖୋଲା ରହିବ ଦୋକାନ ବଜାର । ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଓ ସରକାରଙ୍କ ପକ୍ଷରୁ ସ୍ୱୀକୃତି ଦିଆଯାଇଥିବା ଦୋକାନ ଖୋଲାରହିବ । ଧର୍ମାନୁଷ୍ଠାନ, ମଲ୍, ସୁମିଂ ପୁଲ, ରାଜନୈତିକ କାର୍ୟ୍ୟକ୍ରମ ପୂର୍ବଭଳି ବନ୍ଦ ରହିବ । ସେହିପରି କାଟାଗୋରୀ-ବିରେ ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲା ରହିଛି । ଏହି ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ଦିନ ଗୋଟଏ ଯାଏଁ ଦୋକାନ ବଜାର ଖୋଲା ରହିବ । ଏଠାରେ ମଧ୍ୟ ଅତ୍ୟାବଶ୍ୟକୀୟ ସମଗ୍ରୀ ଦୋକାନ ଖୋଲାରହିବ । ଧର୍ମାନୁଷ୍ଠାନ, ମଲ୍, ସୁମିଂ ପୁଲ, ରାଜନୈତିକ କାର୍ୟ୍ୟକ୍ରମ ପୂର୍ବଭଳି ବନ୍ଦ ରହିବ । ୬ଟାରୁ ୯ ଯାଏଁ ପ୍ରାତଃ ଭ୍ରମଣ ନେଇ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଛି ।

ହସ୍ପିଟାଲ, ବ୍ୟାଙ୍କିଙ୍ଗ, କୃଷି କାର୍ୟ୍ୟ ଗତିବିଧି ଚାଲୁ ରହିବ । ଶିଳ୍ପ ସଂସ୍ଥାଗୁଡ଼ିକ ପରିଚାଳିତ ହେବ । ନିର୍ମାଣ କାର୍ୟ୍ୟ ଜାରି ରହିବ । ମିଠା ଦୋକାନ ଗୁଡ଼ିକ ଖୋଲିବା ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ସାପ୍ତାହାନ୍ତ ସଟଡାଉନ ପୂର୍ବଭଳି ରହିବ । ବିବାହ, ବ୍ରତ ଘର ଭୋଜି ପାଇଁ ପୂର୍ବରୁ ଯାହା କଟକଣା ଥିଲା, ତାହା ଜାରି ରହିବ । ରାଜନୈତିକ ସମାରୋହ ହୋଇପାରିବ ନାହିଁ । ସାଧାରଣ ଭକ୍ତଙ୍କ ପାଇଁ ମନ୍ଦିର ବନ୍ଦ ରହିବ କିନ୍ତୁ ନୀତି ବନ୍ଦ ହେବ ନାହିଁ । ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ୟ୍ୟାଳୟ ଚାଲିବ ।

Comments (0)
Add Comment