‘ପାଠକ’ ବାପ, ପୁଅଙ୍କ ରଂଗୀନ ଦୁନିଆର ସଉକ ଶେଷ ହୋଇଛି । ପଂଚତାରକା ହୋଟେଲରେ ଖାଇବା, ବିଳାସପୂର୍ଣ୍ଣ ଫ୍ଲାଟରେ ରହିବା ନିଶା ଏବେ ଉତରି ଯାଇଛି । ଝାରପଡା ଜେଲର ସଂଗରୋଧ ୱାର୍ଡରେ ପାଠକ ବାପ, ପୁଅଙ୍କ ଏବେ ଦିନ ରାତି କାଟୁଛନ୍ତି ।
ଅଏସ ଆରାମରେ ଦିନ କାଟୁଥିବା ଆଇଏଫଏସ ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ ଏବେ ଝାରପଡା ଜେଲର ୯ ନମ୍ବର ୱାର୍ଡ ଓ ୧୧ ନମ୍ବର ୱାର୍ଡରେ । ଉଭୟଙ୍କ ଜେଲରେ ପ୍ରଥମ ରାତିରେ ରୁଟି ଓ ସନ୍ତୁଳା ଖାଇବାକୁ ଦିଆଯାଇଥିଲା । କିନ୍ତୁ ବାପ, ପୁଅଙ୍କୁ ତାହା ରୁଚି ନଥିଲେ ମଧ୍ୟ ଖାଇବାକ ପଡିଛି । ସେହିପରି ଆଜି ସକାଳ ଜଳିଖିଆରେ ବାପ, ପୁଅ ବ୍ରେଡ ଓ ବଟର ଖାଇବାକୁ ମାଗିଥିଲେ । କିନ୍ତୁ ବ୍ରେଡ, ବଟର ଜାଗାରେ ତାଙ୍କୁ ଉପମା ଓ ଆଉ ମଟର ତରକାରୀ ଖାଇବାକୁ ଦିଆଯାଇଥିଲା । ଏହା ପରେ ଦିନବେଳା ଖାଦ୍ୟ ଜେଲରେ ସାଢେ୧୧ଟା ସୁ୍ଦ୍ଧା ଶେଷ ହୋଇଛି । ଧାଡିରେ ଛିଡା ହୋଇ ଖାଇବାକୁ ଆଣିଥିଲେ ଉଭୟ । ଦିନବେଳା ଖାଦ୍ୟରେ ଭାତ ଓ ରୁଟି ମଧ୍ୟରୁ ଗୋଟିଏ ମିଳିଥିବା ବେଳେ ତା ସହ ଡାଲି ଓ ତରକାରୀ ମିଳିଛି ।ସେହିପରି ରାତି ଖାଇବା ସନ୍ଧ୍ୟା୫ଟାରୁ ସାଢେ ୫ଟା ମଧ୍ୟରେ କରିଛନ୍ତି । ଦିନ ପରି ରାତିରେ ମଧ୍ୟ ଭାତ ଓ ରୁଟି ମଧ୍ୟରୁ ଗୋଟିଏ ତା ସହ ଡାଲି ଆଉ ତରକାରୀ ଖାଇବାକୁ ଦିଆଯାଇଛି ।
ସେହିପରି ବାପ, ପୁଅଙ୍କୁ ଖାଇବା ପାଇଁ ଗୋଟିଏ ଷ୍ଟିଲ ଥାଳି ଆଉ ୨ଟି ଗିନା ଦିଆଯାଇଛି । ପଇସା ଗଦିରେ ଶୋଉଥିବା ପାଠକ ବାପ, ପୁଅ ଏବେ ଜେଲରେ ତଳେ ଶୋଉଛନ୍ତି । ଶୋଇବା ପାଇଁ ୨ଟି କମ୍ବଳ ଦିଆଯାଇଛି । ଗୋଟିଏ କମ୍ବଳ ତଳେ ପକାଇବେ ଓ ଆଉ ଗୋଟେ ଘୋଡେଇହେବେ ।
ଆଇଏଫଏସ ଅଭୟ ପାଠକଙ୍କ ପେଡି ଖୋଲିବା ପାଇଁ ଏସଆଇଟି ଟିମ ଗଠନ କରାଯାଇଛି । ଟିମରେ ୨୦ ଜଣ ସଦସ୍ୟ ଅଛନ୍ତି । ବ୍ୟାଙ୍କ ଅଧିକାରୀ, ବନ ଅଧିକାରୀ, ସଂପର୍କୀୟ, ସହଯୋଗୀଙ୍କୁ ନେଇ ତଦନ୍ତ କରିବ ଏସଆଇଟି । ମୋଟାମୋଟି ଭାବେ ସରକାରୀ ପଦରେ ରହି ଜଙ୍ଗଲ ବାବୁ କେତେ ବେଆଇନ୍ ସଂପତି ଠୁଳ କରିଛନ୍ତି ତାର ହିସାବ କିତାବ କରି ଏସଆଇଟି ଟିମ୍ ।