ମୃତ୍ୟୁ କେମିତି କାହାକୁ ପାଖକୁ କେତେବେଳ ଆସିବ କହିଆସିବନି । ବଲାଙ୍ଗୀର ପାଟଣାଗଡ଼ ଜିଲ୍ଲାରୁ ଆସିଛି ଏକ ଦୁଃଖଦ ଖବର । ସ୍ତ୍ରୀର ମୃତ୍ୟୁ ପରେ ଆମ୍ବୁଲାନ୍ସରେ ମୃତଦେହ ଧରି ଫେରୁଥିବା ବେଳେ ଦୁର୍ଘଟଣାରେ ସ୍ୱାମୀ ମୃତ । ଆମ୍ବୁଲାନ୍ସଟ ଭାରସାମ୍ୟ ହରାଇ ଗଛରେ ପିଟିହୋଇଯିବାରୁ ସ୍ୱାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ଆମ୍ବୁଲାନ୍ସ ଡ୍ରାଇଭର ଫେରାର ରହିଛି ।
ସ୍ତ୍ରୀର ମୃତ୍ୟୁ ପରେ ମୃତଦେହକୁ ଗାଁରେ ଶବ ସକ୍ରାର କରିବା ପାଇଁ ଆଣୁଥିଲା ସ୍ୱାମୀ । ହେଲେ କିଏ ଜାଣିଥିଲା ସ୍ତ୍ରୀ ପରେ ପରେ ସେ ବି ସବୁଦିନ ପାଇଁ ଆଖିବୁଜିଦେବ । ଯେଉଁ ଆମ୍ବୁଲାନ୍ସରେ ସ୍ତ୍ରୀର ମୃତଦେହ ଧରି ଫେରୁଥିଲା ଗାଡିଟି ପଦ୍ମପୁର ରାସ୍ତା ଝୁଲେନ୍ ବର ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଘଟଣାସ୍ଥଳରେ ହି ସ୍ୱାମୀଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ତୁରେକେଲା ବ୍ଲକ ଅନ୍ତର୍ଗତ ଲର୍କି ଗ୍ରାମର ବିପିନ ସେଠ । ତାଙ୍କ ପତ୍ନୀ ସାଏବାନୀ ସେଠ। ସାଏବାନୀ ପାରାଲିସିସ ରୋଗରେ ପୀଡିତ ଥିଲେ ଏବଂ ଗତ କିଛି ଦିନ ହେବ ବୁର୍ଲା ଡାକ୍ତରଖାନାରେ ଚିକିତ୍ସତ ହେଉଥିଲେ। ଗତକାଲି ଚିକିତ୍ସତ ଅବସ୍ଥାରେ ବୁର୍ଲା ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଥିଲା। ଆମ୍ବୁଲାନ୍ସଟି ସମ୍ବଲପୁର ବୁର୍ଲା ଡାକ୍ତରଖାନାରୁ ଆସୁଥିଲା ଗଛରେ ପିଟି ହୋଇ ଆମ୍ବୁଲାନ୍ସଟି ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ବିପିନଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆମ୍ବୁଲାନ୍ସ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ପାଟଣାଗଡ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସ୍ୱାମୀ ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।