ଶୁଣନ୍ତୁ ଧର୍ମେନ୍ଦ୍ର ପ୍ରଧାନ..

ପ୍ରତଦିନ ଘରୁ ବାହାରିବା ପାଇଁ କୌଣସି ସ୍ଥାନକୁ ଯିବା ହେଲେ ଆପଣଙ୍କୁ ଗାଡି ଦରକାର । ଆଉ ଗାଡିରେ ତେଲ ନଥିଲେ ତାହା ଗଡିବା ଅସମ୍ଭବ । କିନ୍ତୁ ଏବେ ତେଲ ଦର ଯେଭଳି ଭବେ ବଢିଚାଲିଛି ପ୍ରତିଦିନ ଗାଡି ନେଇ ଘରୁ ବାହାରିବା ସାଧାରଣ ଲୋକଙ୍କ ପାଇଁ ଚିନ୍ତାରେ କାରଣ ପାଲଟିଛି । କୋଭିଡ ବେଳେ ତୈଳ ଦର ଗତ ୨ ବର୍ଷର ରେକର୍ଡ ଭାଙ୍ଗିଛି ।

ତେବେ ଅଶୋଧିତ ତୈଳ ଦର ବୃଦ୍ଧି କମିବାର ନାଁ ଧରୁନଥିବା ବେଳେ ସରକାର ଟିକସ କମାଇଲେ ଲୋକେ କିଛି ରିହାତି ପାଇବେ ବୋଲି ଆଶା କରାଯାଉଛି । ଅଶୋଧିତ ତୈଳ ଦର ଯେତେ ବୃଦ୍ଧି ନପାଇଛି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟିକସ ବୃଦ୍ଧି ଯୋଗୁ ତେଲ ଦର ବୃଦ୍ଧିପାଇବାରେ ଲାଗିଛି । ତେଣୁ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନେଇ ଦୃଷ୍ଟି ଦେବା ଜରୁରୀ । କରୋନା ସମୟରେ କେନ୍ଦ୍ର ସରକାରଙ୍କ କେମିତି ଟ୍ୟାକ୍ସ ବୃଦ୍ଧି କରୁଛନ୍ତି ସେ ନେଇ ଗତ କିଛି ଦିନ ତଳେ ଦିଲ୍ଲୀରେ କଂଗ୍ରେସ ଅସନ୍ତୋଷ ପ୍ରକାଶ କରିଥିଲା । କରୋନା ସମୟରେ ଲୋକଙ୍କ ରୋଜଗାର କମିଛି, ପରିବାର ଦର ଆକାଶ ଛୁଆଁ ହୋଇଥିବା ବେଳେ ଏବେ ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି ମଧ୍ୟବିତ ଶ୍ରେଣୀର ଲୋକଙ୍କ ପାଇଁ ମୁଣ୍ଡ ବିନ୍ଧା ପାଲଟିଛି । ତେବେ ସରକାର ଯଦି କିଛି ଟିକସ କମାନ୍ତି ତାହେଲେ ତୈଳ ଦର କମିବାର ସମ୍ଭାବନା ରହିଛି । ତେଣୁ ପେଟ୍ରୋଲିୟମ ମନ୍ତ୍ରୀ ଏନେଇ ପଦକ୍ଷେପ ନେବା ଆବଶ୍ୟକ ।

ଗତ ୬ ଦିନ ହେଲା ଲଗାତର ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିିଛି । ରାଜଧାନୀ ଭୁବନେଶ୍ୱରରେ ଡିଜେଲ ଦର ୮୦ ଟଙ୍କାରେ ପହଚିଂଥିବା ବେଳେ ପେଟ୍ରୋଲ ଦର ୮୪ ଟଙ୍କା ଟପିଛି । ଋବିବାର ପେଟ୍ରୋଲ ଲିଟର ପ୍ରତି ୨୮ ପଇସା ଓ ଡିଜେଲ ଲିଟର ପ୍ରତି ୩୦ ପଇସା ବଢିଛି । ଦିଲ୍ଲୀରେ ୨୦ ନଭେମ୍ବରରୁ ଏଯାଏ ୨ ଟଙ୍କା ୩୦ ପଇସାରୁ ଅଧିକ ଦର ବୃଦ୍ଧି ପାଇଛି । ଦେଶର ଅନ୍ୟ ସ୍ଥାନରେ ପେଟ୍ରୋଲ ଦର ୮୫ ଛୁଇଁଲାଣି ।

Comments (0)
Add Comment