ମହାମାରୀ ବେଳେ ମହଙ୍ଗା ମାଡ଼

କରୋନା ବେଳେ ମହଙ୍ଗା ମାଡ଼ । ଦେଶବାସୀ ଏବେ ମହାମାରୀ କରୋନା ସହ ଲଢେଇ କରୁଥିବା ବେଳେ ଏସବୁ ଭିତରେ ଲୋକଙ୍କ ଉପରେ ଦାଉ ସାଧୁଛି ମହଙ୍ଗା ମାଡ଼ । ପେଟ୍ରୋଲ ଓ ଡିଜେଲ ତୈଳ ଦର ବୃଦ୍ଧି ପରେ ଏବେ ଆଉ ଏକ ଝଟକା ଲାଗିଛି । ଅଣ-ସବସିଡ୍ ଘରୋଇ ଏଲପିଜି ସିଲିଣ୍ଡର ଉପରେ ପୁଣିଥରେ ଦର ବୃଦ୍ଧି ହୋଇଛି । ସରକାରୀ ତୈଳ କମ୍ପାନୀମାନେ ଘରେ ବ୍ୟବହାର ହେଉଥିବା ଏଲପିଜି ସିଲିଣ୍ଡରର ଦାମ ଆଜିଠାରୁ ୨୫ ଟଙ୍କା ବୃଦ୍ଧି କରିଛନ୍ତି । ଅଣ-ସବସିଡ୍ ଘରୋଇ ଏଲପିଜି ସିଲିଣ୍ଡର ଉପରେ ପୁଣିଥରେ ଦର ବୃଦ୍ଧି ହୋଇଛି । ସରକାରୀ ତୈଳ କମ୍ପାନୀମାନେ ଘରେ ବ୍ୟବହାର ହେଉଥିବା ଏଲପିଜି ସିଲିଣ୍ଡରର ଦାମ ଆଜିଠାରୁ ୨୫ ଟଙ୍କା ବୃଦ୍ଧି କରିଛନ୍ତି ।

ପୂର୍ବରୁ ଏପ୍ରିଲ ମାସରେ ଏହି ସିଲିଣ୍ଡର ପ୍ରତି ୧୦ ଟଙ୍କା ଶସ୍ତା ହୋଇଥିଲା । ଏହାପରେ ମେ ଓ ଜୁନ୍ ମାସରେ ଗ୍ୟାସ ସିଲିଣ୍ଡରର ଦାମ ସ୍ଥିର ରହିଥିଲା । ଦିଲ୍ଲୀରେ ଏକ ୧୪.୨ କିଲୋଗ୍ରାମ ସିଲିଣ୍ଡରର ଦାମ ୮୩୪.୫୦ ଟଙ୍କାରେ ପହଚିଂଛି । ଚେନ୍ନାଇରେ ୮୫୦ ଦାମ ରହିଛି । ଚଳିତବର୍ଷ ଆରମ୍ଭରେ ଦିଲ୍ଲୀରେ ୧୪.୩ କିଲୋ ସିଲିଣ୍ଡର ପ୍ରତି ୬୯୪ ଟଙ୍କା ଥିଲା । ହେଲେ ଜୁଲାଇ ମାସ ବେଳକୁ ଏହା ବୃଦ୍ଧି ଘଟି ୮୩୪ ଟଙ୍କାରେ ପହଂଚିଛି । ଅର୍ଥାତ ୬ ମାସ ମଧ୍ୟରେ ଏଲପିଜି ସିଲିଣ୍ଡରର ଦାମ ୧୩୮ ଟଙ୍କା ବୃଦ୍ଧି ପାଇଛି । ସେହିଭଳି ୧୯ କିଲୋ ସିଲିଣ୍ଡରର ଦାମ ୭୬.୫୦ ଟଙ୍କା ବୃଦ୍ଧି ପାଇ ୧୫୫୦ ଟଙ୍କାରେ ପହଂଚିଛି ।

Comments (0)
Add Comment