ଶିମିଳିପାଳ ସମେତ ରାଜ୍ୟର ଅନେକ ଜଙ୍ଗଲରେ ଏବେ ନିଆଁ ଲାଗିଥିବା ବେଳେ ହାଇକୋର୍ଟରେ ପହଚିଂଛି ମାମଲା । ହେଲିକପ୍ଟରରେ ଆକାଶମାର୍ଗରୁ ନିଆଁ ଲିଭାଇବାକୁ ନିବେଦନ କରାଯାଇଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଗୋଟିଏ ପାହାଡ଼ରୁ ଆଉ ଗୋଟିଏ ପାହାଡ଼କୁ ଡେଇଁ ନିଆଁ ବ୍ୟାପିବାରେ ଲାଗିଛି ।
ଜଙ୍ଗଲ ଜଳିବା ଯୋଗୁଁ ଜଳବାୟୁ ବିଶେଷ ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି । ଜଙ୍ଗଲ ଜଳିବା ଯୋଗୁଁ ବନ୍ୟଜନ୍ତୁଙ୍କ ପାଇଁ ମଧ୍ୟ ବିପଦ ରହିଛି । ରାଜ୍ୟ ଜଙ୍ଗଲ ବିଭାଗ ସଚିବଙ୍କୁ କରାଯାଇଛି ପକ୍ଷଭୁକ୍ତ କରାଯାଇଛି । ଓଡିଶାର ଯେଉଁ ସବୁ ଜଙ୍ଗଲରେ ନିଆଁ ଲାଗିଛି , ଖରାଦିନ ପାଇଁ ଅଧିକ ବ୍ୟାପିବାର ଆଶଙ୍କା ରହିଛି । ଆକାଶ ମାର୍ଗରୁ ହେଲିକପ୍ଟର ଯୋଗେ ନିଆଁ ଲିଭାଇବାକୁ ହାଇକୋର୍ଟରେ ନିବେଦନ କରିଛନ୍ତି ଆବେଦନକାରୀ । ଯେଉଁସମସ୍ତଙ୍କୁ ପକ୍ଷଭୁକ୍ତ କରାଯାଇଛି, ସେମାନଙ୍କୁ ମଧ୍ୟ ଜବାବ ତଲବ କରିବେ ମାନ୍ୟବର ହାଇକୋର୍ଟ । ଜଙ୍ଗଲରେ କେବେଠୁ ନିଆଁ ଲାଗିଛି ? କଣ କଣ କ୍ଷତି ଘଟିଛି?ଏନେଇ ଜବାବ ତଲବ କରିବେ ମାନ୍ୟବର ହାଇକୋର୍ଟ ।
ଜଙ୍ଗଲରେ ଯେପରି ନିଆଁ ଲାଗିିଛି ଏହାକୁ ଆୟତ କରିବା ପାଇଁ ସବ ୁ ସ୍ତରରେ ଦାବି ଜୋର ଧରିଛି । ସେପଟେ ଶିମିଳିପାଳରେ ନିଆଁ ଲିଭା କାର୍ୟ୍ୟ ଚାଲିଥିବା ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି, ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଟାସ୍କଫୋର୍ସର ଅଧ୍ୟକ୍ଷ ସନ୍ଦୀପ ତ୍ରିପାଠୀ । ଦୁଇଟି ଓଡ୍ରାଫ ଟିମ୍ ନିୟୋଜିତ ହୋଇଥିବାବେଳେ, ନିଆଁ ଲିଭାଇବାକୁ ପ୍ରୟାସ ଜାରି ରହିଛି । ଶିମିଳିପାଳର ପିଠାବଟା ରେଞ୍ଜରେ ନିୟୋଜିତ ହୋଇଛନ୍ତି ଓଡ୍ରାଫ ପଂଚମ ବାଟାଲିୟନର ଏକ ଟିମ୍ । ବାଲେଶ୍ୱର ଓଡ୍ରାଫର ଏକ ଟିମ୍ ଜଶିପୁର ରେଞ୍ଜରେ ନିଆଁ ଲିଭା କାର୍ୟ୍ୟରେ ନିୟୋଜିତ ହୋଇଛନ୍ତି । ଜଙ୍ଗଲ ନିଆଁ ଲିଭା କାମକୁ ଅନୁଧ୍ୟାନ କରିବା ସହ ନିଆଁ ଲିଭା କାମକୁ ତ୍ୱରାନ୍ୱିତ କରିବା ପାଇଁ ଏକ ରାଜ୍ୟସ୍ତରୀୟ ଟାସ୍କଫୋର୍ସ କମିଟି ଗଠନ କରାଯାଇଛି ।