ପିପିଲି ଉପନିର୍ବାଚନ ସ୍ଥଗିତ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ପିପିଲି ଉପନିର୍ବାଚନକୁ ପୁଣି ଘୁଂଚାଯାଇଛି । ସ୍ଥିତି ସୁଧାରିବା ପରେ ପୁଣି ଉପନିର୍ବାଚନ ନେଇ ପୁଣି ଥରେ ନୂଆକରି ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କୁହାଯାଇଛି ।କେବଳ ପିପିଲି ନୁହେଁ, ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ଉପ ନିର୍ବାଚନକୁ ମଧ୍ୟ ନିର୍ବାଚନ କମିଶନ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି ।
ଏବେ ହେବନି ପିପିଲି ଉପନିର୍ବାଚନ । କରୋନା ସଂକ୍ରମଣକୁ ନଜରରେ ରଖି ନିର୍ବାଚନକୁ ସ୍ଥଗିତ ରଖାଯାଇଥିବା ଭାରତୀୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ପିପିଲିରେ ଆଗାମୀ ୧୬ ତାରିଖରେ ନିର୍ବାଚନ ହେବାକୁ ଥିଲା । ତେବେ ପିପିଲିର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବିୟୋଗ ପରେ ପ୍ରଥମ କରି ପିପିଲି ଉପ ନିର୍ବାଚନ ସ୍ଥଗିତ ରହିଥିଲା । ପରେ ଏହାକୁ ଏପ୍ରିଲ ୧୩ ଏବଂ ଏହାପରେ ଏପ୍ରିଲ ୧୬ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା । ଏବେ ସଂକ୍ରମଣ ବଢୁଥିବା ହେତୁ ଏହାକୁ ପୁଣି ଥରେ ସ୍ଥଗିତ ରଖାଯାଇଛି ।
ତେବେ ପିପିଲିର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବିୟୋଗ ପରେ ପ୍ରଥମ କରି ପିପିଲି ଉପ ନିର୍ବାଚନ ସ୍ଥଗିତ ରହିଥିଲା । ପରେ ଏହାକୁ ଏପ୍ରିଲ ୧୩ ଏବଂ ଏହାପରେ ଏପ୍ରିଲ ୧୬ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା । ଏବେ ସଂକ୍ରମଣ ବଢୁଥିବା ହେତୁ ଏହାକୁ ପୁଣି ଥରେ ସ୍ଥଗିତ ରଖାଯାଇଛି ।