ପିପିଲିରେ ନିର୍ବାଚନୀ ହିଂସା । ପୌର ନିର୍ବାଚନ ପାଇଁ ପ୍ରଚାର ସମୟ ଶେଷ ହୋଇଆସୁଥିବା ବେଳେ ତୀବ୍ର ହେବାରେ ଲାଗିଛି ରାଜନୈତିକ ହିଂସା । ପିପିଲି ବିଜ୍ଞାପିତ ଅଞ୍ଚଳ ପରିଷଦର ୭ ନମ୍ବର ଓ୍ୱାର୍ଡରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। କଂଗ୍ରେସ ପାର୍ଟି ଅଫିସରେ ନିଆଁ ଲଗାଇ ପୋଡ଼ିଦେଲେ ଦୁର୍ବୃତ୍ତ।
ପୌରନିର୍ବାଚନ ଥିବାବେଳେ ୭ ନମ୍ବର ଓ୍ୱାର୍ଡରେ କଂଗ୍ରେସ ପକ୍ଷରୁ ତମ୍ବୁ ଟାଣି ଅସ୍ଥାୟୀ ପାର୍ଟି ଅଫିସ କରାଯାଇଥିଲା। ଗତକାଲି ବିଳମ୍ବିତ ରାତିରେ଼ କେହି ଦୁର୍ବୃତ୍ତ ସେଠାରେ ନିଆଁ ଲଗାଇ ଦେଇଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ଏଥିରେ କାହାର କିଛି କ୍ଷତି ହୋଇନାହିଁ। ନିଆଁରେ କିଛି ଜିନିଷ ପୋଡ଼ି ଯାଇଛି। ନିଆଁ ଲଗାଇବା ପଛରେ ନିର୍ଦ୍ଦିଷ୍ଟ ଦଳର ହାତ ଥିବା ସେ ଅଭିଯୋଗ କରିଛନ୍ତି ।