ଅକ୍ଟୋବର ୧ରୁ +୨ ଅଫଲାଇନ ପରୀକ୍ଷା

ଅକ୍ଟୋବର ୧ରୁ ଆରମ୍ଭ ହେବ ଯୁକ୍ତ ୨ ଅଫଲାଇନ୍ ପରୀକ୍ଷା । ଅକ୍ଟୋବର ପହିଲାରୁ ଆରମ୍ଭ ହୋଇ ୧୧ ତାରିଖ ଯାଏଁ ଚାଲିବ ପରୀକ୍ଷା । ୨ଟି ଇଲେକ୍ଟିଭ ସବଜେକ୍ଟ ଓ ମାତୃଭାଷାରେ ପରୀକ୍ଷା ହେବ ।
ଅଫଲାଇନ ପରୀକ୍ଷା ପାଇଁ ଆବେଦନ କରିଛନ୍ତି ୧୩ ହଜାର ୪୩ ଜଣ । ମୂଲ୍ୟାୟନକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । କରୋନା ପାଇଁ ଚଳିତ ବର୍ଷ ପରୀକ୍ଷା ବାତିଲ କରାଯାଇଥିଲା । ଏହା ପରେ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ମାର୍କ ଦିଆଯାଇଥିଲା । କିନ୍ତୁ ରେଜଲ୍ଟକୁ ନେଇ ଅନେକ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ଥିବା ବେଳେ ତାଙ୍କ ପାଇଁ ଏହି ଅଫଲାଇନ ପରୀକ୍ଷା କରାଯିବ ।

Comments (0)
Add Comment