ଆଜି ମୋଦୀ-ବାଇଡେନ ବୈଠକ

ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନଙ୍କ ସହ ଆଜି ଦ୍ୱିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭର୍ଚୁଆଲ ମୋଡରେ ହେବ ଦ୍ୱିପାକ୍ଷିକା ଆଲୋଚନା । ଟୁ ପ୍ଲସ ଟୁ ଦ୍ୱିପାକ୍ଷିକ ଆଲୋଚନାରେ ବିଶ୍ୱ ଅର୍ଥନୀତି ଓ ଇଣ୍ଡୋ-ପେସିଫିକ୍ ଅଞ୍ଚଳର ସୁରକ୍ଷା ପ୍ରସଙ୍ଗରେ ଆଲୋଚନା ହେବ ।

ୟୁକ୍ରେନ ଉପରେ ରୁଷର ଆକ୍ରମଣ ପ୍ରସଙ୍ଗ ମଧ୍ୟ ଦୁଇ ରାଷ୍ଟ୍ର ମୁଖ୍ୟଙ୍କ ଆଲୋଚନାରେ ସ୍ଥାନ ପାଇବ । ରୁଷ ଆକ୍ରମଣ ପରେ ବିଶ୍ବ ଖାଦ୍ୟ ଯୋଗାଣ ଗମ୍ଭୀର ପ୍ରଭାବିତ ହୋଇଛି । ଅନ୍ତର୍ଜାତୀୟ ବଜାର ଉପରେ ଏହାର ପ୍ରଭାବ ପଡିଛି । ସେହିପରି ରୁଷଠୁ ଅଶୌଧିତ ତୈଳ ଭାରତ କିଣୁଥିବାରୁ ଏହି ପ୍ରସଙ୍ଗ ଉପରେ ଚର୍ଚ୍ଚା ହୋଇପାରେ । ପୂର୍ବରୁ ଜାତିସଂଘ ମହାସଭାରେ ରୁଷ ବିରୋଧରେ ବିଭିନ୍ନ ପ୍ରସ୍ତାବରେ ଭୋଟ ବେଳେ ସାମିଲ ହୋଇ ନାହିଁ ଭାରତ । ତେଣୁ ରୁଷ ବିରୋଧରେ ମତ ଦେବାକୁ ଭାରତ ଉପରେ ଚାପ ପକାଇ ପାରନ୍ତି ଜୋ ବାଇଡେନ୍ । ଆଲୋଚନାରେ ଦୁଇ ଦେଶର ବିଦେଶ ମନ୍ତ୍ରାଳୟ ଓ ପ୍ରତିରକ୍ଷା ମନ୍ତ୍ରାଳୟର ଉଚ୍ଚ ଅଧିକାରୀ ମଧ୍ୟ ସାମିଲ ହେବେ ବୋଲି ହ୍ୱାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି ।

Comments (0)
Add Comment