କରୋନା ଟିକା ନେଲେ ପ୍ରଧାନମନ୍ତ୍ରୀ

ସୋମବାରଠାରୁ ଦେଶରେ ଦ୍ୱିତୀୟ ପର୍ୟ୍ୟାୟ କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । ଦିଲ୍ଲୀ ଏମସରେ ଟିକାର ପ୍ରଥମ ଡ଼ୋଜ ନେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦିଲ୍ଲୀ ଏମସରେ ଟିକାର ପ୍ରଥମ ଡ଼ୋଜ ନେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସମ୍ପୂର୍ଣ୍ଣ ସ୍ୱଦେଶୀ ଟିକା ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପୁଡ଼ୁଚେରୀର ସିଷ୍ଟର ପି.ନିବେଦା ପ୍ରଧାନମନ୍ତ୍ରୀଙ୍କୁ ଟିକା ଦେଇଛନ୍ତି । ଟିକା ନେବା ପରେ ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟ ନର୍ସ ପି. ନିବେଦିତାଙ୍କୁ କହିଲେ, ଟିକା ଦେଲ ଅଥଚ ଜଣାପଡ଼ିଲାନି। ଟିକା ନେବା ପରେ ସେ ସମସ୍ତ ଡାକ୍ତର ଏବଂ ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ବୈଜ୍ଞାନିକ ଏବଂ ଡାକ୍ତରଙ୍କ ଉଦ୍ୟମ ଯୋଗୁଁ ଭାରତ ଆଜି କୋଭିଡ ବିରୋଧରେ ଭଲ ଭାବେ ଲଢ଼େଇ କରିପାରୁଛି ବୋଲି ମୋଦି କହିଛନ୍ତି। ଏଥିସହ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଟିକା ନେବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। ଟିକା ନେଇ ଭାରତକୁ କୋଭିଡ୍ ମୁକ୍ତ କରିବାକୁ ସେ ଆହ୍ୱାନ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟିକା ଦିଆଯିବା ସହ ଆଜି ଦେଶବ୍ୟାପୀ ଆରମ୍ଭ ହୋଇଛି କୋଭିଡ୍‌-୧୯ ଟିକାକରଣର ଦ୍ୱିତୀୟ ପର୍ୟ୍ୟାୟ। ଏହି ଅଭିଯାନରେ ୬୦ରୁ ଊର୍ଦ୍ଧ୍ୱ ବୟସ୍କ ଏବଂ ବିଭିନ୍ନ ଶାରୀରିକ ସମସ୍ୟା ଥିବା ୪୫ ବର୍ଷ ଏବଂ ତାଠୁ ଅଧିକ ବୟସ୍କ ବ୍ୟକ୍ତିମାନେ ଟିକା ନେବେ।

Comments (0)
Add Comment