ଥାନାରେ ପହଞ୍ଚିଲା ଜଗନ୍ନାଥଙ୍କ ଚୁଲି ଭଙ୍ଗା ପ୍ରସଙ୍ଗ । ସିଂହଦ୍ୱାର ଥାନାରେ ଏତଲା ଦେଲା ଶ୍ରୀମନ୍ଦିର ପ୍ରଶାସନ ûଖୁବ୍ ଶୀଘ୍ର ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । କୁହାଯାଉଛି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଯୋଗୁ ଜଗନ୍ନାଥଙ୍କ ୪୦ରୁ ଅଧିକ ଚୁଲି ଭଙ୍ଗାଯାଇଛି । ଯୋଜନା କରି ଏକାଧିକ ବ୍ୟକ୍ତି ଜଗନ୍ନାଥଙ୍କ ଚୁଲାକୁ ଶାବଳରେ ଭାଙ୍ଗିଥିବା ସୂଚନା ମିଳିଛି ।
ରାତି ସାଢେ ୧୧ଟାରେ ରୋଷ ଘର ନୀତି ଶେଷ ହୋଇଥିଲା । ଏହା ପରେ ଏକାଧିକ ବ୍ୟକ୍ତି ରୋଷଘରକୁ ପ୍ରବେଶ କରିଥିଲେ । କୁହାଯାଉଛି ରାତି ସାଢେ ୧୧ଟା କିମ୍ବା ୧୨ଟା ପରେ ଚୁଲା ଭଙ୍ଗାଯାଇଛି । ବିଶେଷ କରି ସୁଆର ମହାସୁଆର ନିଯୋଗର ସେବାୟତମାନେ ଶ୍ରୀମନ୍ଦିର ରୋଷଘରେ କାରବାର କରିଥାନ୍ତି । ତେଣୁ କେଉଁମାନେ ଏହି ଚୁଲା ଭାଙ୍ଗିଛନ୍ତି ତାହା ରୋଷଘର ପ୍ରବେଶ ପଥରେ ଲାଗିଥିବା ସିସିଟିଭି କ୍ୟାମେରାରୁ ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି ।