ଜବତ ଗାଡିରୁ କଙ୍କାଳ ମିଳିବା ଘଟଣାର ତଦନ୍ତ ଦାୟିତ୍ୱ ମହିଳା ଥାନାକୁ ଦିଆଯାଇଛି । ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏନେଇ ସୂଚନା ଦେଇଛନ୍ତି । ମୃତ ଦେହଟି ମିଳିବା ପରେ ଏକ ଅସ୍ୱାଭାବିକ ମୃତ୍ୟୁ ମାମଲା ଭଳି ବିଚାର କରି ତୁରନ୍ତ ଏହାର ବ୍ୟବଚ୍ଛେଦ କରାଯାଇଥିଲା । ସେହିପରି ନିୟମ ଅନୁସାରେ ବ୍ୟବଛେଦ ବେଳର ଭିଡିଓ ରେକର୍ଡିଂ କରାଯାଇଛି ।
ତେବେ ମୃତ ମହିଳାଙ୍କ ବୟସ ୪୫ ବର୍ଷ ଓ ବ୍ୟବଛେଦ ରିପୋର୍ଟରୁ ତାଙ୍କର ସ୍ୱାଭାବିକ ମୃତ୍ୟୁ ହୋଇଥିବା କହିଛନ୍ତି ସିପି । ମୃତକ ଜଣେ ମହିଳା ହୋଇଥିବାରୁ ଘଟଣାର ସମ୍ବେଦନଶୀଳତାକୁ ଦେଖି ତଦନ୍ତ ପାଇଁ ମହିଳା ଥାନାକୁ ଦାୟିତ୍ୱ ଦିଆଯାଇଛି । ଅନ୍ୟ ପକ୍ଷରେ ଥାନା ପରିସରରୁ ମୃତଦେହ ମିଳିଥିବାରୁ ଯାଆଁଳା ଫାଣ୍ଡି ଅଧିକାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯାଇଥିବା ସେ ସ୍ପଷ୍ଟ କରିଛନ୍ତି ।
ଅନ୍ୟପଟେ କଙ୍କାଳର ସ୍କେଚ ତିଆରି କରାଯିବ । ମହିଳା ଜଣକ କିଏ । ତାଙ୍କ ପରିଚୟ ପାଇଁ ଖପୁରୀ ଓ କଙ୍କାଳର ଫଟୋ ହାଇଦ୍ରାବାଦ ପଠାଯିବ । ୨୦୧୯ରେ ବେଆଇନ୍ ଗଞ୍ଜେଇ ଚାଲାଣ ମାମଲାରେ ଗଞ୍ଜାମ ପୁଲିସ ଗାଡିଟିକୁ ସିଜ୍ କରିଥିଲା। ସେବେଠୁ ଗାଡ଼ିଟି ଯାଆଁଳା ଫାଣ୍ଡି ଆଗରେ ପଡ଼ି ରହିଥିଲା। ଫାଣ୍ଡି ବାହାରେ ପରିତ୍ୟକ୍ତ ଅବସ୍ଥାରେ ଥିବା ଏକ ମହିନ୍ଦ୍ରା ଏକ୍ସୟୁଭି ଗାଡି ଭିତରୁ ଏହି କଙ୍କାଳ ଉଦ୍ଧାର ହୋଇଛି।