ସରିଲା ଛତ୍ରପୁର ହାଇଡ୍ରାମା, ଅଟକ ଥିବା ସମସ୍ତ ୧୨ ସମିତି ସଭ୍ୟ ମୁକ୍ତ

ସରିଲା ଛତ୍ରପୁର ହାଇଡ୍ରାମା । ଅଟକ ଥିବା ସମସ୍ତ ୧୨ ସମିତି ସଭ୍ୟ ମୁକ୍ତ । କଡନ କରି ସମିତି ସଭ୍ୟଙ୍କୁ ସାଙ୍ଗରେ ନେଲା ପୋଲିସ । ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପାଇଁ ଭୋଟିଂରେ ସାମିଲ ହେବେ ୧୨ ସମିତି ସଭ୍ୟ । ତେବେ ଗତ ରାତିରୁ ଚିଲିକା ହେରିଟେଜ୍ ରିସୋର୍ଟରେ ଅଟକ ରଖିଥିଲା ପୋଲିସ । ଉଦ୍ଧାର ପାଇଁ ବାଲକୋନିରୁ ଛିଡା ହୋଇ କରୁଥିଲେ ନିବେଦନ ସଭ୍ୟମାନେ । ଖବର ପ୍ରସାରଣ ପରେ ଛାଡିବାକୁ ବାଧ୍ୟ ହେଲା ପୋଲିସ ।
ସେପଟେ ଅଭିଯୋଗକୁ ଖଣ୍ଡନ କଲେ ଛତ୍ରପୁର ଏସଡିପିଓ । କହିଲେ ସମିତି ସଭ୍ୟଙ୍କ ସୁରକ୍ଷା ପାଇଁ ପୋଲିସ ସଜାଗ ଥିଲେ । ସେମାନଙ୍କୁ ଅଟକ ରଖାଯାଇନି । ମାତ୍ର ଏପଟେ ସମିତି ସଭ୍ୟ ମାନେ ସେମାନଙ୍କୁ ଅଟକ ରଖାଯାଇଥିବା ଅଭିଯୋଗ କରିଥିଲେ । ଅଭିଯୋଗ ଗଣମାଧ୍ୟମରେ ବାଜିବା ପରେ ପୋଲିସ ସେମାନଙ୍କୁ ଛାଡିଥିଲା । ଏବଂ କଡନ କରି ନେଇଥିଲା ।
ଗତକାଲି ଛତ୍ରପୁର ବ୍ଲକର ୧୨ ସମିତି ସଭ୍ୟ ବାଲୁଗାଁ ବୁଲି ଯାଇଥିଲେ। ସନ୍ଧ୍ୟା ସମୟରେ ସେମାନେ ବାଲୁଗାଁ ବରକୂଳ ପାନ୍ଥ ନିବାସରେ ବିଶ୍ରାମ ନେଇଥିବା ବେଳେ ରାତି ପ୍ରାୟ ୧୧ଟା ପରେ ହଠାତ୍‌ ପୁଲିସ୍‌ ପହଞ୍ଚିଥିଲା। ଏହାପରେ ସମସ୍ତ ସମିତିସଭ୍ୟଙ୍କ ଫୋନ୍‌ ଛଡ଼ାଇ ନେବା ସହ ପାନ୍ଥ ନିବାସ ବାହାର ଓ ଭିତର ପଟ କବାଟ ବନ୍ଦ କରି ଦିଆଯାଇଥିଲା । ଯାହାଦ୍ୱାରା ସେମାନେ କାହା ସହ ଯୋଗାଯୋଗ କରିପାରିବେନି । ଏପରିକି କାହାକୁ ସେଠାକୁ ପ୍ରବେଶ ଅନୁମତି ମଧ୍ୟ ନ ଥିଲା।

Comments (0)
Add Comment