ଗ୍ୟାଙ୍ଗଷ୍ଟର ଧଳସାମନ୍ତ ବ୍ରଦର୍ସଙ୍କ ଘରୁ ପୁଣି ବନ୍ଧକୁ ଓ ଗୁଳି ଜବତ । ଦୁଇ ଭାଇଙ୍କୁ ରିମାଣ୍ଡରେ ନେଇଥିବା କମିସନରେଟ୍ ପୁଲିସକୁ କଟକ ସିଡିଏସ୍ଥିତ ବାସଭବନରେ ଚଢ଼ାଉ ସମୟରେ ୩ଟି ବନ୍ଧୁକ ଓ ୧୪୦ଟି ଗୁଳି ମିଳିଛି। ପୁଲିସ କମିସନର ଏନେଇ ସୂଚନା ଦେଇଛନ୍ତି । ଆଜି ଡି ବ୍ରଦର୍ସଙ୍କ କଥା ମୁତାବକ ଘରର ବିଭିନ୍ନ ଜାଗାରେ ସିକ୍ରେଟ ଚ୍ୟାମ୍ବର କରି ଟଙ୍କା ଓ ବନ୍ଧୁକ ଗୁଳି ରଖିଥିଲେ । ସିକ୍ରେଟ୍ ଚାମ୍ବରରୁ ଜବତ ହୋଇଥିବା ବନ୍ଧୁକ ଓ ଗୁଳି ବାଦ ଆଉ କେଉଁଠି କଣ ରହିଛି କି ସେ ସମ୍ପର୍କରେ ୨ ଭାଇଙ୍କୁ ପଚରାଉଚରା କରାଯାଇଥିଲା ।
ଦୁଇ ଭାଇଙ୍କୁ ରିମାଣ୍ଡରେ ଆଣିବା ପରେ ଆଜି ସି ଡି ଏ ଘରକୁ ନେଇ ଅଧିକ ଖୋଳତାଡ଼ କରିଛି ପୋଲିସ। ଡିଟେକଟର ମେସିନ, ଅତ୍ୟାଧୁନିକ ଜ୍ଞାନ କୌଶଳରେ ଛାନଭିନ୍ କରିବା ସହିତ ଘର କାନ୍ଥତାଡି ଗୁଳି ବନ୍ଧୁକ ଖୋଜିଛି କମିଶନରେଟ୍ ପୋଲିସ୍ । ଏହି ଖୋଳତାଡରେ ପୋଲିସ ହାତରେ ଲାଗିଛି ୩ଟି ବନ୍ଧୁକ ଓ ୧୭୦ ରାଉଣ୍ଡ ଗୁଳି। ୨୦୧୬ରେ ଧଳସାମନ୍ତ ଭ୍ରାତା ଗିରଫ ପୂର୍ବରୁ ଏହାକୁ ଲୁଚାଇ ରଖିଥିଲେ। ଚୋରା ବନ୍ଧୁକ ଓ ଗୁଳି ଧଳସାମନ୍ତଙ୍କ ସିଡିଏସ୍ଥିତ ବାସଭବନରେ ଇଣ୍ଟେରିୟର ଡିଜାଇନ୍ ଭିତରେ ଲୁଚାଇ ରଖାଯାଇଥିଲା। ଅଭିଯୁକ୍ତ ପ୍ରକାଶ ବେହେରାକୁ ଜେରା ସମୟରେ ଧଳସାମନ୍ତଙ୍କ ଘରେ ଚୋରା ବନ୍ଧୁକ ଓ ଗୁଳି ଥିବା ନେଇ ସୂଚନା ମିଳିଥିଲା
ଡିସେମ୍ବର ୧୦ ତାରିଖରେ କମିଶନରେଟ୍ ପୁଲିସ ଡି-ବ୍ରଦର୍ସଙ୍କ ସିଡିଏ ସ୍ଥିତ ଘରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ୮ଟି ଚୋରା ବନ୍ଧୁକ, ୧୦୫୫ ଗୁଳି ଜୀବନ୍ତ ଗୁଳି, ମୋବାଇଲ୍ ବନ୍ଧୁକ ଜବତ କରିଥିଲା। ମାରଣାସ୍ତ୍ର ଗୁଡ଼ିକୁ ଘର ଭିତରେ ଇଣ୍ଟରିୟର ଡିଜାଇନ କରି ରଖାଯାଇଥିଲା। ବନ୍ଧୁକ ଗୁଡ଼ିକ ବିହାରର ମୁଙ୍ଗେରରୁ ଚୋରା ଆସୁଥିବା ଜଣାପଡ଼ିଛି।
ଦୀର୍ଘ ୪ ବର୍ଷ ହେଲା ଜେଲରେ ସଜା କାଟୁଥିବା ଡି ବ୍ରଦର୍ସଙ୍କୁ କମିଶନରେଟ୍ ପୋଲିସ୍ ରିମାଣ୍ଡରେ ଆଣିଛି। ଧଳସାମନ୍ତ ବ୍ରଦର୍ସଙ୍କ ଘରୁ ବନ୍ଧୁକ ଓ ଗୁଳି ଜବତ ହେବା ପରେ ଦୁଇ ଭାଇଙ୍କର ୧୨ ସହଯୋଗୀଙ୍କୁ ଗିରଫ କରିଥିଲା ପୋଲିସ ।