ବିଦ୍ୟାଭାରତୀ ରହୁଥିବା ହଷ୍ଟେଲ ରୁମ ସିଲ

ଏସିଏଫ ସୌମ୍ୟରଂଜନ ମୃତ୍ୟୁ ମାମଲାରେ ପୁଲିସର ଛାନଭିନ । ବଲାଙ୍ଗୀର ଯାଇ ଖୋଳତାଡ କରିଛି ପାରଳାଖେମୁଣ୍ଡି ପୁଲିସ । ବିଦ୍ୟାଭାରତୀ ପଢୁଥିବା ଏଲଆଇ ଟ୍ରେନି ସେଂଟରକୁ ଯାଇ ତଦନ୍ତ କରିଛି ପୁଲିସ । ସେଂଟରର ନିର୍ଦ୍ଦେଶକଙ୍କ ସମେତ ୪ ଜଣଙ୍କୁ ପଚରାଉଚରା କରାଯାଇଛି । ବିଦ୍ୟାଭାରତୀଙ୍କ ବ୍ୟାଚଲର ପାର୍ଟିର ଆୟୋଜନ ନେଇ ମଧ୍ୟ ପୁଲିସ ପଚରାଉଚରା କରିଛି । ହେଲେ ସେଂଟର ନିର୍ଦ୍ଦେଶକ କହିଛନ୍ତି , ଏହା ବ୍ୟାଚଲର ପାର୍ଟି ନୁହେଁ, ବିବାହ ଭୋଜି ଥିଲା ।

ବିଦ୍ୟାଭରତୀ ରହୁଥିବା ହଷ୍ଟେଲ ରୁମ ସିଲ କରିଦିଆଯାଇଛ । ହଷ୍ଟେଲର ରୁମ ନମ୍ବର ୧ ତାଲା ପଡିଥିବାରୁ ପୁଲିସ ଏହାକୁ ସିଲ କରିଦେଇଛି । ବ୍ୟାଚଲର ପାର୍ଟି ନେଇ ସେଂଟରର ନିର୍ଦ୍ଦେଶକ କହିଛନ୍ତି ଯେ, ବିଦ୍ୟାଭାରତୀ ଏପ୍ରିଲ ୩ ପରୀକ୍ଷା ପାଇଁ ଆସିଥିଲେ । ବିବାହ କରିଥିବାରୁ ଏପ୍ରିଲ ୧୧ରେ କ୍ୟାଟିଂନରେ ପିଲାମାନଙ୍କୁ ଖାଇବାକୁ ଦେଇଥିଲେ । ତେଣୁ ଏହା ବ୍ୟାଚଲର ପାର୍ଟି ନଥିଲା । ବିଦ୍ୟାଭାରତୀଙ୍କ କୋର୍ସ ଏବେ ବି ସରିନାହିଁ ବୋଲି ନିର୍ଦ୍ଦେଶକ କହିଛନ୍ତି ।
ସେପଟେ ସୌମ୍ୟଙ୍କ ପରିବାର ଲୋକ ଦାବି କରିଛନ୍ତି ଯେ, ବିଦ୍ୟାଭାରତୀ ହିଁ ମୁଖ୍ୟ ଆସାମୀ । ତାଙ୍କୁ ଗିରଫ କରାଯାଉ । ପୂର୍ବରୁ ଏହି ମାମଲାରେ ଗଜପତି ଏସପି ଡିଏଫଓଙ୍କ କ୍ଲିନ ଚିଟ ଦେଇସାରିଛନ୍ତି । ତାଙ୍କର ବିଦ୍ୟାଭାରତୀଙ୍କ ସହ କୌଣସି ସଂପର୍କ ନଥିବା କହିଛନ୍ତି ।

Comments (0)
Add Comment