ଧନୀ ସ୍କୁଲରେ ପଢିବେ ଗରିବ ପିଲା

ଘରୋଇ ସ୍କୁଲରେ ପଢିବେ ଗରିବ ପିଲା । ଅନଗ୍ରସର ବର୍ଗ ଓ ଆର୍ଥିକ ଶ୍ରେଣୀର ଦୁର୍ବଳ ପିଲାମାନଙ୍କ ପାଇଁ ୨୫ ପ୍ରତିଶତ ସିଟ ସଂରକ୍ଷଣ ବ୍ୟବସ୍ଥାକୁ ଏଣିକି କଡ଼ାକଡ଼ି କରାଯିବ । ଏହି ନିୟମ ଗୁଡିକୁ ଘରୋଇ ସ୍କୁଲ ଗୁଡିକ ପାଳନ କରୁନଥିବା ନେଇ ଅଭିଯୋଗ ହୋଇଆସୁଥିଲା । ପ୍ରକିୟାକୁ ଅଧିକ ସ୍ୱଚ୍ଚ ଓ ଉତରଦାୟୀ କରିବା ପାଇଁ ଘରୋଇ ସ୍କୁଲରେ ଗରିବ ଶ୍ରେଣୀର ପିଲାଙ୍କ ଆଡମିସନ ଅନଲାଇନରେ କରାଯିବ ।

ଏଣିକି ଘରୋଇ ସ୍କୁଲରେ ୨୫ ପ୍ରତିଶତ ସିଟ ସଂରକ୍ଷଣ ବ୍ୟବସ୍ଥା ବାଧ୍ୟତାମୂଳକ ହେବ । ପୂର୍ବରୁ ମଧ୍ୟ ଏହି ନିୟମ ଥିଲା । ଏବଂ ଅଫଲାଇନ ପ୍ରକ୍ରିୟାରେ ଏହା କରାଯାଉଥିଲା । ତେବେ ଘରୋଇ ସ୍କୁଲ ଏହି ନିୟମକୁ ମାନୁନଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିଲା । ୨୦୨୧-୨୨ ଶିକ୍ଷା ବର୍ଷରୁ ଏହି ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଚ ଓ ଉତରଦାୟି କରିବା ପାଇଁ ଅଂଟା ଭିଡିଛି ଗଣଶିକ୍ଷା ବିଭାଗ । ରାଜ୍ୟର ସମସ୍ତ ଘରୋଇ ବିଦ୍ୟାଳୟ ଗୁଡିକରେ ଅନଗ୍ରସର ବର୍ଗ ଓ ଆର୍ଥିକ ଶ୍ରେଣୀରେ ଦୁର୍ବଳ ଥିବା ପିଲା ମାନଙ୍କ ପାଇଁ ସଂରକ୍ଷଣ ଥିବା ୨୫ ପ୍ରତିଶତ ସିଟରେ ଆଡମିସନ ପ୍ରକ୍ରିୟା ଅନଲାଇନରେ କରାଯିବ । ସେଥିପାଇଁ ଆରଟିଇ ପାରଦର୍ଶୀ ପୋର୍ଟାଲର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ।

ଶିକ୍ଷା ଅଧିକାର ଆଇନ ଅନୁଯାୟୀ ରାଜ୍ୟ ସରକାରଙ୍କ ଠାରୁ ସ୍ୱୀକୃତି ସାଟିଫିକେଟ ପାଇଥିବା ଘରୋଇ ସ୍କୁଲ ଗୁଡିକ ୱେବ ପୋର୍ଟାଲରେ ପଂଜିକୃତ କରିବେ । ଏହା ପରେ ଯୋଗ୍ୟ ଛାତ୍ରଛାତ୍ରୀମାନେ ନିକଟ ସ୍କୁଲ ଗୁଡିକ ପାଇଁ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ । ମାର୍ଚ୍ଚ ୨୬ରୁ ୨୦ ଏପ୍ରିଲ ମଧ୍ୟରେ ପଥମ ରାଉଣ୍ଡ ଆବେଦନ କରିପାରିବେ ଛାତ୍ରଛାତ୍ର । ଯୋଗ୍ୟତା ଯାଂଚ ପରେ ରାଜ୍ୟସ୍ତରରେ ଲଟେରୀ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଚୟନ କରାଯିବ । ଲଟେରୀ ମାଧ୍ୟମରେ ଚୟନ କରାଯାଇଥିବା ଛାତ୍ରଛାତ୍ରୀ ମାନେ ଆବେଦନ କରିଥିବା ସ୍କୁଲ ଗୁଡିକରେ ଆଡମିସନ କରିପାରିବେ । ଏଥିପାଇଁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ ।

ରାଜ୍ୟରେ ୪ ହଜାର ୯୪୭ ଓଡିଆ ମିଡିୟମ ଘରୋଇ ସ୍କୁଲ ରହିଛି । ତେବେ ଇଂରାଜୀ ମିଡିୟମ ଘରୋଇ ସ୍କୁଲ ସଂଖ୍ୟା ରହିଛି ୧୮ ଶହ ୪୧ । ପ୍ରଥମରୁ ଅଷ୍ଟମ ଯାଏ ପଢୁଛନ୍ତି ୧୧ ଲକ୍ଷ ୬୨ ହଜାର ଛାତ୍ରଛାତ୍ରୀ । ଗରିବ ପିଲାଙ୍କ ପାଇଁ ସଂରକ୍ଷିତ ରହିଛି ମୋଟ ସିଟର ୨୫ ପ୍ରତିଶତ । ବାର୍ଷିକ ପ୍ରତି ଗରିବ ପିଲାଙ୍କ ପାଇଁ ସରକାର ଦେଇଛନ୍ତି ୧୮ ହଜାର ୬୮୯ ଟଙ୍କା ।ଡ୍ରେସ ଓବହିଢଖାତା ଦେଉଥିଲେ ପିଲା ପିଛା ମିଳୁଛଇ ୨୧ ହଜାର ୨୪୭ ଟଙ୍କା ।

Comments (0)
Add Comment