ନିଖୋଜ ପୋଷ୍ଟର ପଛରେ କିଏ?

ଅପରାଜିତା ଷଡଙ୍ଗୀ ନିଖୋଜ । ଭୁବନେଶ୍ୱର ଗଳିକନ୍ଦିରେ ଦେଖିବାକୁ ମିଳିଛି ଏଭଳି ପୋଷ୍ଟର । ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡଙ୍ଗୀ ନିଖୋଜ ନାଁରେ ଏହି ପୋଷ୍ଟର ଲଗାଯାଇଛି । ତେବେ ଅପରାଜିତା ନିଖୋଜ ବୋଲି ଏମିତି ପୋଷ୍ଟର ଲଗାଇଲା କିଏ? ଏଭଳି ପୋଷ୍ଟର ଲଗାଇବାର କାରଣ କଣ? ତାକୁ ନେଇ ଏବେ ଉଠିିଛି ପ୍ରଶ୍ନ ।

ଗତ କିଛି ଦିନ ଧରି ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉପରେ ଅପରାଜିତାଙ୍କୁ ଦେଖିବାକୁ ମିଳିନି । ପୁରୀ ଶ୍ରୀମନ୍ଦିର ପାଇଁ ବାଇ-ଲ’ ପ୍ରତ୍ୟାହାର ବେଳେ ଏବେ ଲିଙ୍ଗରାଜ ମନ୍ଦିର ପାଇଁ ପ୍ରସ୍ତାବିକ ବାଇ-ଲ’କୁ ନେଇ ବିବାଦ ଦେଖାଦେଇଛି । ଏକାମ୍ର କ୍ଷେତ୍ରକୁ ନେଇ ହଟଚମଟ ସୃଷ୍ଟି ହୋଇଥିବା ବେଳେ ସେବାୟତଙ୍କ ଠାରୁ ସାଧାରଣ ଲୋକ ଓ ଶାସକ ଦଳ ଏହାକୁ ପ୍ରତିବାଦ କରିଛି । ତେବେ ଏନେଇ ଚୁପ ଅଛନ୍ତି ଅପରାଜିତ । ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି ।

ପୂର୍ବରୁ ପୁରୀ ବାଇ-ଲ ପ୍ରସଙ୍ଗକୁ ନେଇ ଭୁବନେଶ୍ୱରରୁ ଦିଲ୍ଲା ତୁମ୍ବିତୋଫାନ ହୋଇଥିଲା । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପିର ଏକ ଟିମ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଥିଲେ । ହେଲେ ସେଠାରେ ଅପରାଜିତାଙ୍କୁ ଦେଖିବାକୁ ମିଳିନଥିଲା । ସେହିପରି ପରୀ ମୃତ୍ୟୁ ପ୍ରସଙ୍ଗରେ ବି ପଛରେ ଥିଲେ ଅପରାଜିତା । ପରୀକୁ ନ୍ୟାୟ ପାଇଁ ବିଜେପିର ଜୋରଦାର ପ୍ରତିବାଦ ଓ ବିକ୍ଷୋଭ କରଥିବା ବେଳେ ଅପରାଜିତାଙ୍କୁ ସ୍ୱର ଶୁଣିବାକୁ ମିଳିନଥିଲା । କୋଟିଆ ନେଇ ମଧ୍ୟ ଏଯାଏ ଅପରାଜିତା ଚୁପ ରହିଛନ୍ତି । ସବୁବେଳେ ଏକପାଖିଆ ହୋଇ ରହୁଥିବା ଅପରାଜିତା ଷଡଙ୍ଗୀଙ୍କ ଦେଖିବାକୁ ମିଳୁଛି ।
ଏମିତି ଚିତ୍ର ସ୍ପଷ୍ଟ ହେଉଛି ଯେ, ରାଜ୍ୟ ବିଜେପିର ଦୁଇ ଗୋଷ୍ଠୀ ମଧ୍ୟରେ ଟକରାଟକରି ଚାଲିଛି । ଏଥିରୁ ଅନୁମାନ କରିହୁଏ ଯେ, ରାଜ୍ୟ ବିଜେପି ସଂଗଠନ ସାଂଗରେ କୋଉଠି ନା କୋଉଠି ଅପରାଜିତାଙ୍କ ମେଳ ଖାଉ୍ନି ।

Comments (0)
Add Comment