ବନ୍ଧା ହେଲେ ବିଧାୟକ

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଛି କ୍ରାଇମବ୍ରାଂଚ । ଜାଲିଆତି,ଠକେଇ,ଅପରାଧିକ ଷଡଯନ୍ତ୍ର ମାମଲାରେ ତାଙ୍କୁ ଗିରଫ କରାଯାଇଛି । ପ୍ରଦୀପଙ୍କ ବିରୋଧରେ ଆଇଟିର ବିଭିନ୍ନ ଧାରା ଲାଗିଛି । ପ୍ରଦୀପଙ୍କ ବିରୋଧରେ ଆଇପିସିର ଧାରା ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧, ୧୨୦ (ବି) ଲାଗିଛି । ଏଥିସହ ଆଇଟି ଆକ୍ଟ ୨୦୦୦ ସେକ୍ସନ ୬୬ ସି ଓ ୬୬ ଡି ଧାରା ଲାଗିଛି । ଆକାଶ ପାଠକଙ୍କ ପକ୍ଷରୁ ପ୍ରଦୀପ ଟଙ୍କା ଆଦାୟ କରିଥିଲେ ।ଟାଟା ମୋଟର୍ସ କମ୍ପାନୀରେ ନିଯୁକ୍ତି ଦେବା ନାଁରେ ଅନେକ ଯୁବକ ଯୁବତୀଙ୍କଠାରୁ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି ।

ଆଜି ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମ୍ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ସନ୍ଧ୍ୟାରେ ତାଙ୍କ ସରକାରୀ ବାସଭବନରୁ ଉଠାଇ ନେଇଥିଲା। ଇଓଡବ୍ଲୁର ଅଧିକାରୀ ତାଙ୍କ ୟୁନିଟ-୬ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରୁ ତାଙ୍କୁ ଉଠାଇ ନେଇଥିଲେ । ମୋଟା ଅଙ୍କର ଅର୍ଥ ଠକେଇ ଅଭିଯୋଗରେ କ୍ରାଇମ୍ବ୍ରାଞ୍ଚରେ ରୁଜୁ ହୋଇଥିବା ମାମଲା(୨୬/୨୦୨୦)ର ତଦନ୍ତ ପାଇଁ ତାଙ୍କୁ ଜେରା କରାଯାଇଥିଲା।

ସେପଟେ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ କହିଛନ୍ତି ଯେ, ତାଙ୍କ ସ୍ୱାମୀଙ୍କ ଜୀବନ ପ୍ରତି ବିପଦ ଅଛି । ତାଙ୍କ ସ୍ୱାମୀଙ୍କ ବିରୋଧରେ ଷଡଯନ୍ତ୍ର କରାଯାଉଛି । ତାଙ୍କର ଯଦି କିଛି ହିୁଏ ତେବେ ଯେଉଁମାନେ ମୋ ସ୍ୱାମୀକୁ ଫସାଇ ଦେଇଛନ୍ତି ସେଇମାନେ ହିଁ ଦାୟୀ ରହିବେ ବୋଲି କହିଛନ୍ତି ତାଙ୍କ ପତ୍ନୀ ।

Comments (0)
Add Comment