ରହସ୍ୟମୟ ଫୋନ କଲ୍

ମାହାଙ୍ଗା ଡବଲ ମର୍ଡର ମାମଲାରେ ମୁଖ୍ୟ ଅଭିଯୁକ୍ତର ଫୋନକଲ୍ ଆଣିଲା ଭିନ୍ନ ମୋଡ । ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୂଳମଣୀ ବରାଳଙ୍କ ପୁଅ ରମାକାନ୍ତ ବରାଳ ମାହାଙ୍ଗା ଥାନାରେ ଏକ ଏଫଆଇଆର ଦେଇଛନ୍ତି ।। ତାଙ୍କ ବାପାଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ପ୍ରଫୁଲ୍ଲ ବିଶ୍ୱାଳ ମୃତ୍ୟୁ ପୂର୍ବରୁ ତାଙ୍କୁ କଲ କରିଥିଲେ । ପ୍ର୍ରାୟ ୧ ମିନିଟ ୪୦ ମିନିଟ ଧରି ସେ କଥା ହୋଇଥିବା ଏଫଆଇଆରରେ ଉଲ୍ଲେଖ କରିଛନ୍ତି ।

‘ନନା ମୁଁ କାବୁଆ କହୁଛି, ମୋର ଏବଂ ମୋର ସାନ ଭାଇର ପିଲାମାନେ ତୁମକୁ ଲାଗିଲେ । ଜଗନ୍ନାଥଙ୍କ ରାଣ ଖାଇ କହୁଛି, ଜଣେ ପ୍ରଭାବଶାଳୀ ବ୍ୟକ୍ତି ଆମକୁ ଫସେଇ ଦେଲା । ତାହାରି ପାଇଁ ଆମେ ତିନୋଟି ହତ୍ୟାକାଣ୍ଡରେ ସାମିଲ ହେଲୁ ।’ ମାତ୍ର ଗୋଟିଏ ମିନିଟ୍ ୪୦ ସେକେଣ୍ଡର କଥାବାର୍ତା ପରେ ଅଚନାକ୍ ଫୋନ୍ଟି କଟିଗଲା । ରମାକାନ୍ତ ବରାଳଙ୍କୁ ପ୍ରଫୁଲ୍ଲ ବିଶ୍ୱାଳ କରିଥିବା ଫୋନ୍ କଲ୍ର ଏହି କିଛି ଅଂଶ ଯାହା ଏଫ୍ଆଇଆର୍ରେ ଅଛି, ଏବେ କାହାଣୀର ମୋଡ଼କୁ ବଦଳାଇ ଦେଇଛି ।ପ୍ରଫୁଲ୍ଲ ଓ ରାମାକାନ୍ତ ଭିତରେ ହୋଇଥିବା କଥାବାର୍ତାର ସମସ୍ତ ତଥ୍ୟ ପୁଲିସକୁ ଜଣାଇଛନ୍ତି ରମାକାନ୍ତ ।
ଫୁଲ୍ଲ ବିଶ୍ୱାଳର ଏମିତି କ’ଣ ଆବଶ୍ୟକତା ପଡ଼ିଲା ଯେ, ମୃତ କୂଳମଣୀ ବରାଳଙ୍କ ପୁଅ ରମାକାନ୍ତ ବରାଳଙ୍କୁ ଫୋନ୍ କରିଥିଲା । ଯିଏ ବହୁ ଚର୍ଚ୍ଚିତ ମର୍ଡର ମୁଖ୍ୟ ଅଭିଯୁକ୍ତ ଥିଲେ, ଯିଏ କୂଳମଣୀ ବରାଳଙ୍କୁ ହତ୍ୟା କରିଥିବା ଅଭିଯୋଗ ଅଛି, ସେ କାହିଁକି ହତ୍ୟା ହୋଇଥିବା କୁଳମଣୀଙ୍କ ପୁଅକୁ ଫୋନ୍ କରିବ? ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଉଭୟଙ୍କ ମଧ୍ୟରେ କଥାବାର୍ତା ହେବାର କିଛି ଘଂଟା ପରେ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତଦେହ ମିଳିଥିଲା।

ତେବେ ପ୍ରଫୁଲ୍ଲ ବିଶ୍ୱାଳ ଏତେ ଦିନ ହେବ ଫେରାର ଥିବା ବେଳେ ଅଚାନକ ତାଙ୍କ ମୃତଦେହ ମିଳିବା ଅନେକ ପ୍ରଶ୍ନ ସୃଷ୍ଟି କରିଛି । ତାଙ୍କୁ ହତ୍ୟା କରାଯାଇଛି ନା ଏହା ଏକ ଦୁର୍ଘଟଣା ତାହା ଜଣାପଡିନାହିଁ । ଗତ ଜାନୁୟାରୀ ୨ତାରିଖରେ ମହାଙ୍ଗାର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କୂଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଥିଲେ ପ୍ରଫୁଲ୍ଲ ବିଶ୍ୱାଳ ।

Comments (0)
Add Comment