ତେଲ ଦରରେ ନିଆଁ

ତେଲ ଦର ବୃଦ୍ଧିରେ ଲାଗୁନି ବ୍ରେକ୍ । ପେଟ୍ରୋଲ, ଡିଜେଲ ଦରରେ ଲାଗୁନି ବ୍ରେକ । ଆଜି ଭୁବନେଶ୍ୱର ପେଟ୍ରୋଲ ଦର ଲିଟର ପିଛା ୩୯ ପଇସା ବଢିଥିବାବେଳେ ଡିଜେଲ ୩୫ ପଇସା ବଢିଛି । ଓଡିଶାରେ ପେଟ୍ରୋଲ ଦର ଦେଶର ଦିଲ୍ଲୀ, ଚେନ୍ନାଇ ଓ କେଲକାତା ଭଳି ମେଟ୍ରୋ ସହରଠାରୁ ଅଧିକ ରହିଛି । ସେହିଭଳି ଭୁବନେଶ୍ୱରରେ ଡିଜେଲ ଦର ଦେଶର ଅନ୍ୟ ୪ ମେଟ୍ରୋ ସହରଠାରୁ ଅଧିକ ରହିଛି । ଆଉ ତେଲ ଦର ବୃଦ୍ଧି ଯୋଗୁଁ ଗ୍ରାହକଙ୍କ ଉପରେ ବୋଝ ଅଧିକ ପଡିଛି । ପରିବହନ ଖର୍ଚ୍ଚ ଅଧିକ ପଡିବା ଫଳରେ ବିଭିନ୍ନ ସାମଗ୍ରୀର ଦର ବି ବଢିଛି ।

ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୯ ଟଙ୍କା ୨୫ ପଇସା ଓ ଡିଜେଲ ଲିଟର ପିଛା ୧୦୫ ଟଙ୍କା ୮୪ ପଇସା ହୋଇଛି । କାଲିମେଳାରେ ପେଟ୍ରୋଲ ୧୧୫ ଟଙ୍କା ହୋଇଥିବାବେଳେ ଡିଜେଲ ୧୧୨ ଟଙ୍କ ୧୯ ପଇସା ହୋଇଛି । ଦିଲ୍ଲୀରେ ପେଟ୍ରୋଲ୍‌ ଲିଟର୍‌ପିଛା ଟ. ୧୦୮.୨୯ ଓ ଡିଜେଲ୍‌ ଲିଟର୍‌ ପିଛା ଟ. ୯୭.୦୨ରେ ବିକ୍ରୟ ହେଉଛି । ମୁମ୍ବାଇରେ ପେଟ୍ରୋଲ୍‌ ଲିଟର୍‌ ପିଛା ଟ. ୧୧୪.୧୪ ଥିବା ବଳେ ଡିଜେଲ୍‌ ଲିଟର୍‌ ପିଛା ଟ. ୧୦୫.୧୨ରେ ବିକ୍ରୟ ହେଉଛି । ଚେନ୍ନାଇରେ ପେଟ୍ରୋଲ୍‌ ଲିଟର୍‌ ପିଛା ଟ. ୧୦୫.୧୩ରେ କିଣା ଯାଉଥିବା ବଳେ ଡିଜେଲ୍‌ ଲିଟର୍‌ ପିଛା ଟ. ୧୦୧.୨୫ରେ କିଣା ଯାଉଛି ।କୋଲ୍‌କାତାରେ ପେଟ୍ରୋଲ୍‌ ଲିଟର୍‌ ପିଛା ଟ. ୧୦୮.୭୮ ଥିବା ବଳେ ଡିଜେଲ୍‌ ଲିଟର୍‌ ପିଛା ଟ. ୧୦୦.୧୪ରେ ବିକ୍ରୟ ହେଉଛି ।

Comments (0)
Add Comment