ତେଲ ଦରରେ ଲାଗୁନି ବ୍ରେକ୍ । ଆଜିକୁ ମିଶାଇ ଦେଶରେ ଇନ୍ଧନ ଦର ବୃଦ୍ଧି ଚତୁର୍ଥ ଦିନରେ ରେକର୍ଡସ୍ତରରେ ପହଞ୍ଚିଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଲିଟର୍ ପିଛା ପେଟ୍ରୋଲ୍ ଦର ଟ. ୧୦୮.୧୯ରେ ପହଞ୍ଚିଥିବା ବେଳେ ଡିଜେଲ୍ ମୂଲ୍ୟ ରହିଛି ଟ. ୧୦୪.୭୦ । ଗତକାଲି ରାଜଧାନୀରେ ଲିଟର୍ପିଛା ପେଟ୍ରୋଲ୍ ଦର ଟ. ୧୦୭.୮୪ ଥିଲାବେଳେ ଡିଜେଲ୍ ମୂଲ୍ୟ ର ଥିଲା ଟ. ୧୦୪.୩୬ ।
ମୁମ୍ବାଇରେ ପେଟ୍ରୋଲ୍ ଦର ଲିଟର୍ପିଛା ଟ. ୧୧୩.୧୨ ଥିବା ବେଳେ ଡିଜେଲ୍ ୧୦୪ ଟଙ୍କା ରହିଛି । ସେହିପରି, ଦିଲ୍ଲୀରେ ଲିଟର୍ପିଛା ପେଟ୍ରୋଲ୍ ଦର ଟ. ୧୦୭.୨୪ ବିକ୍ରି ହେଉଥିବା ବେଳେ ଡିଜେଲ୍ ଟ. ୯୫.୯୭ ବିକ୍ରି ହେଉଛି ।ଚେନ୍ନାଇରେ ପେଟ୍ରୋଲ୍ ଦର ଲିଟର୍ପିଛା ଟ. ୧୦୪.୨୨ ଥିବା ବେଳେ ଡିଜେଲ୍ ଟ. ୧୦୦.୨୫ ରହିଛି । କୋଲକାତାରେ ମଧ୍ୟ ପେଟ୍ରୋଲ୍ ଦର ଲିଟର୍ପିଛା ଟ. ୧୦୭.୭୮ରେ ବିକ୍ରି ହେଉଥିବା ବେଳେ ଡିଜେଲ୍ ବିକ୍ରି ହେଉଛି ଟ. ୯୯. ୦୮ ରହିଛି ।
ସମ୍ପ୍ରତି ଆନ୍ତର୍ଜାତିକ ବଜାରରେ ବ୍ୟାରେଲ୍ ପିଛା ଅଶୋଧିତ ତୈଳ ଦର ୯୦ ଡଲାର୍ରେ ବିକ୍ରୟ ହେଉଛି । ତୈଳ ଚାହିଦା ଓ ଯୋଗାଣ ସମସ୍ୟା ସଂକ୍ରାନ୍ତରେ ସରକାର କେତେକ ତୈଳ ଆମଦାନିକାରୀ କମ୍ପାନିମାନଙ୍କ ସହ ଆଲୋଚନା ଚଳାଇଥିଲେ ମଧ୍ୟ ତୁରନ୍ତ ଆଶ୍ୱସ୍ତି ମିଳିବାର ଆଶା ନାହିଁ ।