ପରୀକ୍ଷା ପୂର୍ବରୁ କେମିତି ଚାପମୁକ୍ତ ରହିବେ ପିଲା, ଟିପ୍ସ ଦେଲେ ପ୍ରଧାନମନ୍ତ୍ରୀ ।ନୂଆଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ଆୟୋଜିତ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ୟ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି, କିଏ, କ’ଣ କହୁଛି, ତାକୁ ଗୁରୁତ୍ୱ ଦିଅନ୍ତୁ ନାହିଁ । ଆପଣ କ’ଣ କରିପାରିବେ, ତା ଉପରେ ବିଶ୍ୱାସ ରଖିବା ଜରୁରୀ ।
ପରୀକ୍ଷା ପେ ଚର୍ଚ୍ଚା ମୋର ବହୁତ ପ୍ରିୟ କାର୍ୟ୍ୟକ୍ରମ । ଆଜିର ଦିନ ଖୁସିର ଦିନ । ପର୍ବ ପର୍ବାଣୀ ମଧ୍ୟରେ ପରୀକ୍ଷା ବି ହୋଇଥାଏ । ଏଥିପାଇଁ ପର୍ବର ମଜା ଅନେକ ଉଠାଇ ପାରିନଥାନ୍ତି । କିନ୍ତୁ ଯଦି ପରୀକ୍ଷାକୁ ଆମେ ପର୍ବ ଭଳି ଭାବିବେ ତେବେ ଏଥିରେ ରଙ୍ଗ ଭରିଯିବ ବୋଲି ପରୀକ୍ଷା ପେ ଚର୍ଚ୍ଚାରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ସେ ଆହୁରି କହିଥିଲେ ଯେ, ଜୀବନରେ ଖେଳ ଜରୁରୀ । ଖେଳ ବିନା ଆଗକୁ ବଢିବା ଅସମ୍ଭବ । ବହିରେ ଯାହା ପଡିଥାଉ ତାହା ପଡିଆରୁ ହିଁ ଶିଖିବାକୁ ପଡିଥାଏ । କିନ୍ତୁ ଅନୱାଇନ ଗେମରୁ ଦୂରେଇବାକୁ ହେବ । ଏକାଗ୍ର ଚିତ୍ତରେ ପଢିବା ଦ୍ୱାରା ମୋବାଇଲ ଗେମଠୁ ଦୂରତା ରକ୍ଷା କରିହେବ । ଏପରି ଭାବେ କିପରି ପରୀକ୍ଷା ଚାପରୁ ମୁକ୍ତି ମିଳିବ ସେନେଇ ମଧ୍ୟ ମୋଦୀ ଅନେକ ପରାମର୍ଶ ଦେଇଥିଲେ ।
ଏହାସହ କିପରି ଚାପମୁକ୍ତ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ସେନେଇ ମଧ୍ୟ ଆଲୋକପାତ କରିଛନ୍ତି । ମୋଦୀ କହିଛନ୍ତି ଯେ, ସମସ୍ତଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଜରୁରୀ । ନିଜେ ହିଁ କେତେବେଳେ ପାଠ ପଢି ହେବ ସେନେଇ ଅନୁଶୀଳନ କରିବା ଜରୁରୀ । ଏହାସହ ପରୀକ୍ଷାକୁ ହିଁ ଏକଦା ଚିଠି ଲେଖି ଦେବା ଦରକାର ବୋଲି ମୋଦୀ ମଜାଳିଆ ଢଙ୍ଗରେ ଛାତ୍ରଛାତ୍ରୀଙ୍କୁ କହିଥିଲେ ।