ଘରୋଇ ହସ୍ପିଟାଲ୍‌ର କରୋନା ଖର୍ଚ୍ଚ

ମହାମାରୀ କରୋନା ସମୟରେ ଚିକିତ୍ସା ବାବଦକୁ ଘରୋଇ ହସ୍ପିଟାଲରେ କେତେ ଖର୍ଚ୍ଚ କରିଛନ୍ତି ସରକାର । ରାଜ୍ୟର ୩୩ ଗୋଟି ବେସରକାରୀ କୋଭିଡ ହସ୍ପିଟାଲରେ ଫେବୃଆରୀ ସୁଦ୍ଧା ହୋଇଥିବା ଖର୍ଚ୍ଚର ହିସାବ ବିଧାନସଭାରେ ରଖିଛନ୍ତି ସରକାର । କରୋନା ଚିକିତ୍ସା ବାବଦକୁ ୪୭୯ କୋଟି ୯୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଇଛନ୍ତି ଘରୋଇ ହସ୍ପିଟାଲ। ସେଥିରୁ ପାଇଛନ୍ତି ୩୪୪ କୋଟି ୫୫ ଲକ୍ଷ ୫୪ ହଜାର ୬୬୨ ଟଙ୍କା।

କୋଭିଡ ରୋଗୀଙ୍କ ସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କୁ ପ୍ରଶ୍ନ କରାଯାଇଥିଲା । ୧୩ ଫେବୃଆରୀ ୨୦୨୧ ପର୍ୟ୍ୟନ୍ତ କେତେ ଲୋକଙ୍କର କରୋନା ଟେଷ୍ଟ କରାଯାଇଛି ୧ ସେଥମଧ୍ୟରୁ କେତେ ଆରଟିପିସିଆର ଟେଷ୍ଟ ଓ କେତେ ଜଣଙ୍କର ଆଂଟିଜେନ ଟେଷ୍ଟ ହୋଇଛି। ଏ‍‍‍ବେ ସୁଦ୍ଧା କେତେଜଣ ଚିକିତ୍ସିତ ହେଉଛନ୍ତି, ଆଉ କେତେଜଣ ମହାମାରୀରେ ମୃତ୍ୟୁବରଣ କରିଛନ୍ତି ତାହାର ତଥ୍ୟ ମଗାଯାଇଥିଲା । ଏସବୁ ପ୍ରଶ୍ନର ଉତ୍ତରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଏହାର ଉତ୍ତର ରଖିଛନ୍ତି । ଫେବୃଆରୀ ୧୩ , ୨୦୨୧ ସୁଦ୍ଧା ୮୦୨୩୯୭୮ ଜଣଙ୍କର କରୋନା ଟେଷ୍ଟ କରାଯାଇଛି । ସେଥିମଧ୍ୟରୁ ୧୬୯୭୨୩୪ଟି ଆରଟିପିସିଆର ଟେଷ୍ଟ ଓ ୬୨୯୯୭୧୭ଟି ଆଣ୍ଟିଜେନ ଟେଷ୍ଟ ହୋଇଛି । ଏହାସହ ମୋଟ ୩୩୬୧୭୪ ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ , ସେଥିମଧ୍ୟରୁ ୩୩୩୪୫୧ ଜଣ ଲୋକ ସୁସ୍ଥ ହୋଇଛନ୍ତି ଏବଂ ୧୯୧୦ ଲୋକେ କରୋନାରେ ପ୍ରାଣ ହରାଇଛନ୍ତି।

କରୋନା ରୋଗୀଙ୍କ ପାଇଁ କିମ୍‌ସ ସର୍ବାଧିକ ଖର୍ଚ୍ଚ କରିଥିବା ଦର୍ଶାଇଛି। କିମ୍‌ସ ୫୯ କୋଟି ୪୧ ଲକ୍ଷ ଟଙ୍କା ଦର୍ଶାଇଥିବା ବେଳେ ୩୮ କୋଟି ଟଙ୍କା ପାଇଛି। ଦ୍ୱିତୀୟରେ ରହିଛି ସମ୍‌। ଏହି ହସ୍ପିଟାଲ୍‌ ୫୮ କୋଟି ୫୯ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଦର୍ଶାଇଛି। ସେଥିରୁ ପାଇଛି ୨୮ କୋଟି ଟଙ୍କା। ହାଇଟେକ୍ ହସ୍ପିଟାଲ ୩୩ କୋଟି ୩୮ ଲକ୍ଷ ଖର୍ଚ୍ଚ ଦର୍ଶାଇଥିବା ପାଇଛି ମାତ୍ର ୧୯ କୋଟି ୧୦ ଲକ୍ଷ । କଟକ ଅଶ୍ୱିନୀରେ ୩୨ କୋଟି ୩୫ ଲକ୍ଷ ହୋଇଥିବା କୁହାଯାଇଛି, ଆଉ ମିଳିଛି ୨୭ କୋଟି ୬୬ ଲକ୍ଷ । ସନ୍ ହସ୍ପିଟାଲ ୭ କୋଟି ୩୦ ଲକ୍ଷ ଖର୍ଚ୍ଚ ଦର୍ଶାଇଥିବା ବେଳେ ତାକୁ ମିଳିଛି ୭ କୋଟି ୧୯ ଲକ୍ଷ । ସେହିପରି କଟକ ୭ କୋଟି ୫୪ ଲକ୍ଷ ଖର୍ଚ୍ଚ ଦର୍ଶାଇଛି ସଦଗୁରୁ ହସ୍ପିଟାଲ ଆଉ ତାକୁ ମିଳିଛି ମାତ୍ର ୫୪ ଲକ୍ଷ ଟଙ୍କା।
ସେପଟେ କଟକ ମହାନଗର ନିଗମ ପାଇଁ ସରକାର କେତେ କୋଭିଡ୍ ବାବଦରେ ଖର୍ଚ୍ଚ କରିଛନ୍ତି, ସେନେଇ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ପ୍ରଶ୍ନ ପଚାରିଥିଲେ । ଏହାର ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କୋଭିଡ୍ ଆକ୍ରାନ୍ତ ହୋଇଥିବା ପ୍ରତି ଲୋକ ପିଛା ଏଯର୍ୟ୍ୟନ୍ତ ୧୬ ହଜାର ୨୩୯ ଟଙ୍କା ଖର୍ଚ୍ଚ ହୋଇଥିବା ନବ ଦାସ ଲିଖିତ ଉତ୍ତର ଦେଇଛନ୍ତି । ଘରୋଇ ହସ୍ପିଟାଲ ଗୁଡିକୁ ୨୪ କୋଟି ୮୬ ଲକ୍ଷ ୧୬ ହଜାର ୧୧୪ ଟଙ୍କା ଦିଆଯାଇଛି । କେବଳ କଟକ ମହାନଗର ନିଗମକୁ ୨୬ କୋଟି ୭୪ ଲକ୍ଷ ୫୨ ହଜାର ୮୬୮ ଟଙ୍କା ଦିଆଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି ।

Comments (0)
Add Comment