ପ୍ରିୟଙ୍କା ଗାନ୍ଧୀଙ୍କୁ ଗିରଫ କଲା ୟୁପି ପୋଲିସ

କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗିରଫ । ସୀତାପୁରରେ ପ୍ରିୟଙ୍କାଙ୍କୁ ଗିରଫ କଲା ୟୁପି ପୁଲିସ । ସୀତାପୁର ପିଏସି ଗେଷ୍ଟ ହାଉସରେ ଅସ୍ଥାୟୀ ଜେଲ କରି ରଖାଯାଇଛି । ଗିରଫ ନେଇ ସୂଚନା ଦେଲେ କଂଗ୍ରେସ ନେତା ପି.ଚିଦାମ୍ବରମ ।
ଭୋର ସାଢେ ୪ଟାରେ ପ୍ରିୟଙ୍କାଙ୍କୁ ଗିରଫ କରାଯାଇଛି । ପ୍ରିୟଙ୍କାଙ୍କ ବିରୋଧରେ ଧାରା ୧୫୧, ୧୦୭ ଏବଂ ୧୧୬ ଅନୁସାରେ ଏକ ମାମଲା ରୁଜୁ ହୋଇଛି ଏବଂ ତାଙ୍କୁ ଏହି ଧାରା ଅଧୀନରେ ଗିରଫ କରାଯାଇଛି । ଲକ୍ଷ୍ମୀପୁର ଯିବାବେଳେ ପ୍ରିୟଙ୍କାଙ୍କୁ ହେପାଜତକୁ ନେଇଥିଲା ପୁଲିସ । ଏହାପରେ ତାଙ୍କୁ ଏକ ଗେଷ୍ଟ ହାଉସରେ ରଖାଯାଇଥିଲା । ହେଲେ ଏବେ ତାଙ୍କୁ ଗିରଫ କରାଯାଇଛି ।ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀ ହିଂସାକାଣ୍ଡ ପରେ ଏବେ ସେଠାରେ ରାଜନୀତି ଜୋର ଧରିଛି । ତେବେ ପୀଡିତ ପରିବାରଙ୍କୁ ଭେଟିବା ପାଇଁ ଲକ୍ଷ୍ମୀପୁର ଅଭିମୁଖେ ବାହାରିଥିଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ହିଂସାକାଣ୍ଡ ଘଟିବା ପରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିଳମ୍ବତ ରାତିରେ ଲକ୍ଷ୍ନୌରେ ପହଞ୍ଚିଥିଲେ । ଏହାର କିଛି ସମୟ ପରେ ପୀଡ଼ିତଙ୍କ ପରିବାର ଲୋକଙ୍କୁ ଭେଟିବା ପାଇଁ ଖେରୀ ଯିବାକୁ ଉଦ୍ୟମ କରିଥିଲେ କିନ୍ତୁ ଭୋର ପ୍ରାୟ ସାଢେ ୫ଟାରେ ସୀତାପୁରର ହରଗାଁଓରେ ପ୍ରିୟଙ୍କାଙ୍କୁ ଅଟକାଇଥିଲା ୟୁପି ପୋଲିସ । ପ୍ରିୟଙ୍କା ଗାଡିରୁ ଓହ୍ଲାଇ କିଛି ଚାଲି ଚାଲି ଯାଇଥିଲେ । ଏହି ସମୟରେ ଅଟକାଇବାରୁ ପୋଲିସ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା । ଏହାପରେ ପ୍ରିୟଙ୍କାଙ୍କୁ ପୋଲିସ ସୀତାପୁର ଗେଷ୍ଟ ହାଉସରେ ଅଟକ ରଖିବା ପରେ ପ୍ରିୟଙ୍କା ନିଆରା ଢ଼ଙ୍ଗରେ ପ୍ରତିବାଦ କରିଥିଲେ । ଗେଷ୍ଟ ହାଉସରେ ଝାଡୁ ମାରିଥିଲେ ପ୍ରିୟଙ୍କା ।

Comments (0)
Add Comment