ଜଗନ୍ନାଥ କହିଲା ହତ୍ୟା ପଛର କାହାଣୀ

ଭୁବନେଶ୍ୱର ପ୍ରିୟଙ୍କା ମୃତ୍ୟୁ ଘଟଣା ଉପରୁ ପରଦା ହଟିଛି । ଜଗନ୍ନାଥ ପ୍ରଧାନ ନିଜ ଅପରାଧ ସ୍ୱୀକାର କରିଛି । ହସ୍ପିଟାଲରୁ ବାହାରିବା ପରେ ପୁଲିସ ତାକୁ ଏୟାରଫିଲ୍ଡ ଥାନାକୁ ନେଇ ପଚରାଉଚରା କରିବା ପରେ ଜଗନ୍ନାଥ ନିଜ ଦୋଷ ସ୍ୱୀକାର କରିଛି।

୪ ଦିନ ଆଗରୁ ମାରିବା ପାଇଁ ପ୍ଲାନ କରିଥିଲା ଜଗନ୍ନାଥ । ସୁଇସାଇଡ୍ ନୋଟ୍ ପ୍ରସ୍ତୁତ କରିଥିଲା । ଥଣ୍ଡା, ଛୁରି, ବିଷ, ସିନ୍ଦୂର ଧରି ଭୀମଟାଙ୍ଗି ଭଡା ଘରେ ପଂହଚିଥିଲା ଜଗନ୍ନାଥ । ଜଗନ୍ନାଥ ଥିବା ସମୟରେ ପଂହଚିଥିଲେ ଘର ମାଲିକ । କବାଟ ବାଡେଇଥିଲେ । ଜଗନ୍ନାଥ ସେତେବେଳେ ବାଥରୁମରେ ଲୁଚିଥିଲା । ଘର ମାଲିକ ପ୍ରିୟଙ୍କାଙ୍କୁ ଦହିବରା ଦେଇ କୁନି ପୁଅକୁ ନେଇଯାଇଥିଲେ । ଘର ମାଲିକ ଚାଲିଯିବା ପରେ ବାଥରୁମରୁ ବାହାରିଥିଲା ଜଗନ୍ନାଥ। ଏତିକି ବେଳେ ପ୍ରିୟଙ୍କାଙ୍କୁ ତାଙ୍କ ସାଥିରେ ଚାଲିଯିବାକୁ ବାଧ୍ୟ କରିଥିଲା ଜଗନ୍ନାଥ। ପ୍ରିୟଙ୍କା ରାଜି ନହେବାରୁ ତାଙ୍କ ସହ ଭୀଷଣ ଝଗଡ଼ା କରିଥିଲା। ଏହାପରେ ପ୍ରିୟଙ୍କାଙ୍କୁ ଯୋଜନା ଅନୁସାରେ ହତ୍ୟା କରିଥିଲା ଜଗନ୍ନାଥ । ଆଉ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲ । । କିନ୍ତୁ କୁନି ପୁଅକୁ ଘର ମାଲିକ ନେଇଯାଇଥିବାରୁ ସେ ଅଳ୍ପକେ ବଚିଂଯାଇଥିଲା ।

Comments (0)
Add Comment