ହ୍ୱାଟ୍ସ ଆପ ମେସେଜ ଖୋଲିବ ରହସ୍ୟ?

ଭୁବନେଶ୍ୱର ଭୀମଟାଙ୍ଗୀରେ ଘରେ ଭିତରୁ ମହିଳାଙ୍କ ମୃତ ଦେହ ଘଟଣାରେ ନୂଆ ନୂଆ ତଥ୍ୟା ଆସିବାରେ ଲାଗିଛି । ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ଆଇସିୟୁରେ ଚିକିତ୍ସିତ ହେଉଥିବା ବେଳେ ତାକୁ ପଚରାଉଚରା କରିବା ସମ୍ଭବ ହେଉନାହିଁ । ତେବେ ହତ୍ୟା ଉପରୁ ପରାଦା ଉଠାଇବା ପାଇଁ ଗଠନ ହେଲା ସ୍ୱତନ୍ତ୍ର ଟିମ । ଯାଜପୁର ଯାଇ କମିସନରେଟ ପୁଲିସର ସ୍ୱତନ୍ତ୍ର ଟିମ ପରିବାରଲୋକଙ୍କୁ ପଚରାଉଚରା କରିବ । । ତେବେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଡିସିପି ଉମାଶଙ୍କର ଦାସ କହିଛନ୍ତି ।

ଘଟଣା ସ୍ଥଳରୁ ଏକ ସୁଇସାଇଡ ନୋଟ ଜବତ ହୋଇଛି । ଷ୍ଟେଟ ଫରେନସିକ ଲାବ୍ରୋଟୋରୀକୁ ଏହ ସୁଇସାଇଡ ନୋଟକୁ ପଠାଯିବ । ଯେଉଁଥିରେ ଅଭିଯୁକ୍ତ ଲେଖିଛି େଂ, ସେ ପ୍ରିୟଙ୍କା ଓ ଆଉ ତାଙ୍କ କୁନି ପୁଅକୁ ମାରିବ ଓ ନିଜେ ମାରିବ । ସେପଟେ ଜଗନ୍ନାଥଙ୍କ ମା କହିଛନ୍ତି , ପ୍ର୍ରିୟଙ୍କାଙ୍କ ସହ ତାଙ୍କ ପୁଅର ସଂପର୍କ ଥିଲା । କିନ୍ତୁ ବିବାହ ପରେ ଆଉ ବନ୍ଧୁତା ନଥିଲା । ଏହି ହତ୍ୟାକାଣ୍ଡ ଘଟଣାରେ ଧୀରେ ଧୀରେ ପରଦା ଉଠିବାରେ ଲାଗିଛି । ସେହିପରି ଜଗନ୍ନାଥ ପ୍ରଧାନ ତାଙ୍କ ପରିବାର ଲୋକଙ୍କ ଏକ ହ୍ୱାଟସଆପ ମେସେଜ ଲେଖିଥିଲା । ଯାହା ଏବେ ମିଳିଛି । ଜଗନ୍ନାଥ ଲେଖିଥିଲା , ଯାହାକୁ ଭଲ ପାଉଥିଲି ସେ ମୋତେ ବର୍ବାଦ କରିଦେଲା ଆଉ ମୋର ବଂଚିବାକୁ ଇଚ୍ଚା ନାହଁ । ସମସ୍ତଙ୍କ କ୍ଷମା ମାଗିବା ସହ ଆତ୍ମହତ୍ୟା କରିବା ନେଇ ଲେଖିଥିଲା । ଭାଇ ଓ ଭାଉଜଙ୍କୁ ବି ଲେଖିଥିଲା ମେସେଜ । ଲେଖଥିଲା, ଏମିତି ଭାଉଜ ଭାଗ୍ୟରେ ଥିଲେ ମିଳନ୍ତି, କିନ୍ତୁ ମୁଁ ହତଭାଗା । ଭାଇଙ୍କୁ ବି ଲେଖିଥିଲା ମେସେଜ ।ମୋ ପାଖରେ କିଛି ରାସ୍ତା ନାହିଁ, ମନ ଦୁଃଖ କରିବନି ବୋଲି ଲେଖିଥିଲା । ବାପା, ବୋଉ ତୁମକୁ ଲାଗିଲେ । ତାଙ୍କ ବୁଝାଇଦେବ । ମୋ ବାଇକ କିଛି କିସ୍ତି ବାକି ଅଛି ସବୁ ଭାଇ ମିଶି ମୁକାଳାଇଦେବ । ସମସ୍ତଙ୍କ ଠାରୁ ମୁଁ ବିଦାୟ ନେଉଛି ବୋଲି ହତ୍ୟାକାଣ୍ଡ ପୂର୍ବରୁ ପରିବାର ଲୋକଙ୍କୁ ଲେଖିଥିଲା ମେସେଜ ।

ହ୍ୱାଟସ ଆପମେସେଜର ବି ଯାଂଚ ହେବ ବୋଲି କମିସନରେଟ ପୁଲିସ ପକ୍ଷରୁ କୁହାଯାଇଛି । ଉଭୟଙ୍କ ପରିବାରକୁ ପଚରାଉଚରା କରାଯିବ । ଏବଂ ଅଭିଯୁକ୍ତ ଜଗନ୍ନାଥ ସୁ୍ସ୍ଥ ହେବା ପରେ ତାକୁ ହେପାଜତକୁ ନେଇ ପ୍ରିୟଙ୍କାଙ୍କୁ ସେ କାହିିଁକି ମାରିଲା ଜେରା କରିବ ପୁଲିସ ।

Comments (0)
Add Comment