ଭଗୱନ୍ତ ମାନ୍ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଭଗୱନ୍ତ ମାନ୍ ହେବେ ପଞ୍ଜାବରେ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଏନେଇ ଘୋଷଣା କରିଛନ୍ତି । ପବ୍ଲିକ୍ ଭୋଟିଂ ଅନୁସାରେ ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି କେଜ୍ରିୱାଲ । ସେ କହିଛନ୍ତି ୨୧ ଲକ୍ଷରୁ ଅଧିକ ପଞ୍ଜାବର ଲୋକ ପବ୍ଲିକ୍ ଭୋଟିଂରେ ନିଜର ମତ ରଖିଥିଲେ । ଏଥିରେ ୯୩.୩ ପ୍ରତିଶତ ଭଗୱନ୍ତଙ୍କ ନାଁ ନେଇଥିଲେ ।
କେଜ୍ରିୱାଲ କହିଛନ୍ତି ପଞ୍ଜାବ ପାଇଁ ଆଜି ଐତିହାସିକ ଦିନ । ପଞ୍ଜାବରେ ଆପ୍ ସରକାର ଗଠନ କରିବାକୁ ଯାଉଛି । ତେବେ ଆପ୍ ପକ୍ଷରୁ କରାଯାଇଥିବା ପବ୍ଲିକ ଭୋଟିଂରେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କୁ ମଧ୍ୟ ଜବରଦସ୍ତ ଭୋଟ ମିଳିଛି । ଆପର ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବା ଉଚିତ ବୋଲି ଯେଉଁ ଭୋଟିଂ କରାଯାଇଥିଲା ସେଥିରେ ସିଦ୍ଧୁ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଆପର ଭୋଟିଂରେ ଭାଗ ନେଇଥିବା ଲୋକଙ୍କ ମଧ୍ୟରୁ ୩.୬ ପ୍ରତିଶତ ଲୋକ କଂଗ୍ରେସ ନେତା ସିଦ୍ଧୁ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତୁ ବୋଲି ଭୋଟ କରିଥିଲେ । ଅନ୍ୟପଟେ କିନ୍ତୁ କଂଗ୍ରେସ ଦଳରେ ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯାଇନାହିଁ । ଦଳ ସଙ୍ଗଠିତ ହୋଇ ନିର୍ବାଚନ ଲଢିବ ବୋଲି ଦିଲ୍ଲୀରୁ ନିର୍ଦ୍ଦେଶ ରହିଛି ।

Comments (0)
Add Comment