କରୋନା ସଂକ୍ରମଣକୁ ବୃଦ୍ଧି ପାଉଥିବା ଦେଖି ଦିଲ୍ଲୀ ପରେ ଏବେ ପଞ୍ଜାବରେ ନାଇଟ କର୍ପ୍ୟୁ । କରୋନା ସଂକ୍ରମଣକୁ ରୋକିବାକୁ କେନ୍ଦ୍ରସରକାର ରାଜ୍ୟ ମାନଙ୍କୁ ଦାୟିତ୍ୱ ଦେଇଥିବା ବେଳେ ଦିଲ୍ଲୀ ପରେ ପଞ୍ଜାବ ସରକାର ରାଜ୍ୟରେ ଏପ୍ରିଲ ୩୦ ତାରିଖ ପର୍ୟ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି । ଏହି କଟକଣା ଦୈନିକ ୮ ଘଂଟା ପାଇଁ ଲାଗୁ କରାଯିବ ବୋଲି କୁହାଯାଇଛି । ଏହା ରାତି ୧୦ଟାରୁ ସକାଳ ୫ ଟା ପର୍ୟ୍ୟନ୍ତ ବଳବତ୍ତର ରହିବ । ଏହି ସମୟରେ ଅତ୍ୟାବଶକୀୟ ସେବାକୁ ବାଦ ଦେଲେ ଅନ୍ୟ ସମସ୍ତ ସେବା ବନ୍ଦ ରହିବ ।
ପଞ୍ଜାବରେ ରାଜନୈତିକ ସଭା ସମିତି ଉପରେ ରୋକ୍ ଲଗାଇଛନ୍ତି ସରକାର । ଏହି ସମୟରେ ସ୍କୁଲ୍ କଲେଜ ବନ୍ଦ ରଖିବାକୁ ବି ନିର୍ଦ୍ଦେଶ ହୋଇଛି । ସାର୍ବଜନୀକ କାର୍ୟ୍ୟକ୍ରମ ଓ ବିବାହ ଆଦି ଖୋଲା ସ୍ଥାନରେ ୨୦୦ଲୋକ ଓ କୌଣସି ବନ୍ଦ ସ୍ଥାନରେ ୧୦୦ଲୋକ ସାମିଲ ହେବାକୁ ଅନୁମତି ଦିଆଯାଇଛି।
ଉତ୍ତରପ୍ରଦେଶ ସରକାର ବି ନାଇଟ କର୍ଫ୍ୟୁ ଘୋଷଣା କରି ପାରନ୍ତି। କରୋନା ସଂକ୍ରମଣ ବୃଦ୍ଧ ପାଉଥିବା ଦେଖି ଆଲହାବାଦ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନାଇଟ କର୍ଫ୍ୟୁ ଲାଗୁ କରିବା ଉପରେ ବିଚାର କରିବାକୁ କହିଛନ୍ତି।