ବଡ଼ଦାଣ୍ଡରେ ଭାରି ଭିଡ଼

ସୋମବାର ଏତେ ସଂଖ୍ୟକ ଭିଡ଼ ହୋଇଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । କରୋନା ବେଳେ ଏଭଳି ଭିଡ଼ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ରବିବାର ସାନିଟାଇଜେସନ ପାଇଁ ମନ୍ଦିର ବନ୍ଦ ଥିଲା । ଆଉ ସୋମବାର ମନ୍ଦିର ଖୋଲିବା ପରେ ଭକ୍ତଙ୍କ ସୁଅ ଛୁଟିଥିଲା । ଭକ୍ତଙ୍କ ସଂଖ୍ୟା ଏତେ ବଢିଯାଇଥିଲା ଯେ ପୁଲିସ ବି ନାକେଦମ ହୋଇଯାଇଥିଲା ।
କରୋନା ଆରମ୍ଭ ହେବା ଦିନଠାରୁ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ପୁରୀ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିଥିଲା ।

ମହାପ୍ରଭୁଙ୍କ ଦର୍ଶନ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରତିଦିନ ହଜାର ହଜାର ଭକ୍ତଙ୍କ ସୁଅ ଛୁଟୁଥିବାରୁ ମନ୍ଦିରକୁ ବନ୍ଦ କରିଦିଆଯାଇଥିଲା । ପ୍ରାୟ ୯ ମାସ ପରେ ଡିସେମ୍ବର ୨୩ରେ ଶ୍ରୀମନ୍ଦିର ଖୋଲାଯାଇଥିଲା । ପ୍ରଥମେ ସେବାୟତ ଓ ପୁରୀ ବାସୀଙ୍କୁ ଜଗା ଦର୍ଶନ ପାଇଁ ଅଗ୍ରାଧିକାର ଦିଆଯାଇଥିଲା । ପରେ ସର୍ବସାଧାରଣଙ୍କ ପାଇଁ ମନ୍ଦିର ଖୋଲାଯାଇଥିଲା । ହେଲେ କୋଭିଡ ରିପୋର୍ଟ ବାଧ୍ୟତାମୂଳକ କରାଯାଇଥିଲା । କିନ୍ତୁ ଭକ୍ତମାନେ ସମସ୍ୟା ଭୋଗିବାରୁ ଗତ ୨୧ ତାରିଖରୁ ବିନା କୋଭିଡ ରିପୋର୍ଟରେ ଜଗା ଦର୍ଶନ ପାଇଁ ଅନୁମତି ଦେଇଥିଲା ପ୍ରଶାସନ ।

ମାର୍କେଟ ଛକରୁ ଶ୍ରୀମନ୍ଦିର ଯାଏ ମଧ୍ୟ ବ୍ୟାରିକେଡ କରାଯାଇଥିଲା । କିନ୍ତୁ ୨ କିଲୋମିଟର ଚାଲି ଚାଲି ଆସିବାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ବହୁ ବୃଦ୍ଧ ବ୍ୟକ୍ତି ଏତେ ବାଟ ଚାଲି କି ଆସି ଜଗା ଦର୍ଶନ କରିବା କଷ୍ଟକର ହୋଇପଡିଥିଲା । ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପରେ ମାର୍କେଟ ଛକରୁ ମରିଚକୋଟ ଯାଏଁ ବ୍ୟାରିକେଡକୁ ଛୋଟ କରିଦିଆଯାଇଛି ।

Comments (0)
Add Comment