ଏଣିକି ଶନିବାର ବି ଖୋଲିବ ଶ୍ରୀମନ୍ଦିର

ଏଣିକି ସପ୍ତାହକୁ ୬ ଦିନ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର । କେବଳ ରବିବାରକୁ ଛାଡିଦେଲେ ଅନ୍ୟ ୬ ଦିନ କାଳିଆ ଦର୍ଶନ କରିପାରିବେ ଭକ୍ତ । ଶନିବାର ଶ୍ରଦ୍ଧାଳୁ ଜଗା ଦର୍ଶନ କରିପାରିବେ । ରବିବାର ସାନିଟାଇଜେସନ୍ ପାଇଁ ଶ୍ରଦ୍ଧାଳୁଙ୍କ ଲାଗି ଦର୍ଶନ ବନ୍ଦ ରହିବ ।
ରବିବାର ଛଡା ଅନ୍ୟ ବିଶେଷ ଦିନରେ ମଧ୍ୟ ବନ୍ଦ ରହିବ ଶ୍ରୀମନ୍ଦିର । ଯେପରିକି ସେପ୍ଟେମ୍ବର ୧୦ରେ ଗଣେଶ ପୂଜା, ସେପ୍ଟେମ୍ବର ୧୭ରେ ବିଶ୍ୱକର୍ମା ଓ ବାମନ ଜନ୍ମ, ୬ ଅକ୍ଟୋବରରେ ମହାଳୟା, ୧୫ ଅକ୍ଟୋବରରେ ଦଶହରା, ୨୦ ଅକ୍ଟୋବରରେ କୁମାରପୂର୍ଣ୍ଣିମା ଭଳି ବିଶେଷ ଦିନରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ । ନଭେମ୍ବରରେ ପୁଣିଥରେ ସମୀକ୍ଷା କରାଯାଇ ନିଷ୍ପତ୍ତି ନିଆଯିବ । ଶ୍ରୀମନ୍ଦିରରେ ବଢ଼ିଲା ଦର୍ଶନ ଅବଧି । ଶ୍ରଦ୍ଧାଳୁ ସକାଳ ୭ଟାରୁ ରାତି ୯ଟା ଯାଏଁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରି ପାରିବେ ଶ୍ରଦ୍ଧାଳୁ । ପୂର୍ବରୁ ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏଁ ଶ୍ରଦ୍ଧାଳୁଙ୍କୁ ଦର୍ଶନ ସୁଯୋଗ ମିଳୁଥିଲା । ପୂର୍ବଭଳି ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ଜଞ-ଚଉଜ ଟେଷ୍ଟ ନେଗେଟିଭ ପ୍ରମାଣପତ୍ର ଓ ଦୁଇଟି ଡୋଜ ସମ୍ପୂର୍ଣ୍ଣ ଟିକାକରଣ ପ୍ରମାଣପତ୍ର ବାଧ୍ୟତାମୂଳକ ରଖାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏ ନିଷ୍ପତ୍ତି ନିଆଯାଇଛି ।

Comments (0)
Add Comment