ପୁରୀକୁ ଘାରିଛି ପର୍ଯ୍ୟଟକଙ୍କ ଚିନ୍ତା । କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ପୁଣି ପୁରୀରେ ଫେରିଛି କଟକଣା । ଜିଲ୍ଲାପ୍ରଶାସନ କଟକଣା କଡାକଡି କରିଛି । ଅଧିକା କରୋନା ସଂକ୍ରମିତ ୧୨ଟି ରାଜ୍ୟର ପର୍ୟ୍ୟଟକଙ୍କ ପାଇଁ କଟକଣା ଲାଗିଛି । ବାହାର ରାଜ୍ୟର ପର୍ଯ୍ୟଟକଙ୍କ ପାଇଁ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ସେହିପରି ଆଜି ଠାରୁ ଟ୍ରେନ ମାଧ୍ୟମରେ ବାହାରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ ନଜର ରଖାଯାଇଥିବା କୁହାଯାଇଛି । ଯାତ୍ରୀମାନେ ପୁରୀ ରେଳ ଷ୍ଟେସନରେ ପହଂଚିବା ପରେ ଟ୍ରେନ ଟିକେଟ ଅନୁଯାୟୀ ସେମାନଙ୍କ ସ୍ୱାବ ସଂଗ୍ରହ କରାଯାଉଛି ।
ଦିନକରେ ପୁରୀରେ ୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନ୍ଟ ହେବା ପରେ ସତର୍କ ହୋଇଉଠିଛି ଜିଳ୍ଳାପ୍ରଶାସନ । ଜିଲ୍ଲାରେ ଯେପରି ସଂକ୍ରମଣ ନବଢେ ସେଥିପାଇଁ ପଦକ୍ଷେପ ନିଆଯାଉଛି । ବିଶେଷକରି ପୁରୀକୁ ବାହାର ରାଜ୍ୟରୁ ବହୁ ପର୍ଯ୍ୟଟକ ଆସୁଥିବାରୁ ସେମାନଙ୍କ ପାଇଁ କଟକଣା କଡାକଡି କରାଯାଇଛି । ଏଣିକି ବାହାରୁ ଆସୁଥିବା ପର୍ୟ୍ୟଟକଙ୍କ ହୋଟେଲ ରହଣୀ ପାଇଁ କରୋନା ଆରଟିପିସିଆର ନେଗେଟିଭି ରିପୋର୍ଟ ଆଣିବାକୁ ବାଧ୍ୟମୂଳକ କରାଯାଇଛି । କରୋନା ନେଗେଟିଭ୍ ରିପୋର୍ଟ ନଆଣିଲେ ୭ ଦିନିଆ ହୋମ୍ ଆଇସୋଲେସନ ରହିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।
ସେପଟେ କୋଭିଡର ମୁକାବିଲା ନେଇ ପୁରୀରେ ଆରମ୍ଭ ଟେଷ୍ଟିଂ । ମାସ୍କ ବ୍ୟବହାରକୁ କଡ଼ାକଡ଼ି କରିବା ଏବଂ ଖିଲାପକାରୀଙ୍କ ବିରୁଦ୍ଧରେ ପଦକ୍ଷେପ ଗ୍ରହଣ କରିବାକୁ ଅଂଟା ଭିଡ଼ିଛି ପ୍ରଶାସନ । ସେହିଭଳି ଆଜି ଠାରୁ ଟ୍ରେନ ମାଧ୍ୟମରେ ବାହାରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ ନଜର ରଖାଯାଇଥିବା କୁହାଯାଇଛି । ଏବଂ ସେହି ଯାତ୍ରୀମାନେ ପୁରୀ ରେଳ ଷ୍ଟେସନରେ ପହଂଚିବା ପରେ ଟ୍ରେନ ଟିକେଟ ଅନୁଯାୟୀ ସେମାନଙ୍କ ସ୍ୱାବ ସଂଗ୍ରହ କରାଯାଉଛି । ଆଜି ସକାଳୁ ଯେଉଁ ସବୁ ଟ୍ରେନ ଆସିଛି ସେଥିରେ ଥିବା ଯାତ୍ରୀମାନଙ୍କ ସ୍ୱାବ ସଂଗ୍ରହ କରାଯାଇଛି ।