ବଡ଼ଦାଣ୍ଡରେ ଗଡିଲା ରଥ

ଆରମ୍ଭ ହୋଇଛି ରଥଟଣା । ତିନି ରଥ ଉପରେ ଛେରାପହଁରା ନୀତି ଶେଷ କରି ଗଜପତି ମହାରାଜ ଶ୍ରୀନଅରକୁ ଫେରିଯିବା ପରେ ରଥଗୁଡ଼ିକରେ ସାରଥୀ ଓ ଘୋଡ଼ାଯୋଚା କାମ ଶେଷ ହୋଇଛି । ବଳଭଦ୍ରଙ୍କ ରଥ ପ୍ରଥମେ ଶରଧାବାଲି ଅଭିମୁଖେ ଗଡ଼ିଛି । ବିନା ଭକ୍ତରେ ସେବାୟତମାନେ ରଥକୁ ଟାଣି ଟାଣି ନେଉଛନ୍ତି । ଘଂଟଘଂଟା , ହରିବୋଲରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ । ଆଗେ ଆଗେ ତାଳଧ୍ୱଜରେ ବଳଭଦ୍ର, ମଝିରେ ଦର୍ପଦଳନରେ ଦେବୀ ସୁଭଦ୍ରା ଓ ଶେଷରେ ଗହଳି ଲଗାଇ କାଳିଆ ଠାକୁର ନନ୍ଦିଘୋଷରେ ବାହାରିଛନ୍ତି । ନିର୍ଦ୍ଧାରିତ ସମୟର ୩ ଘଂଟା ପୂର୍ବରୁ ଆରମ୍ଭ ହୋଇଛି ରଥଟଣା ।

Comments (0)
Add Comment