ସାଧାରଣ ଭକ୍ତଙ୍କ ପାଇଁ ଖୋଲିବ କି ଶ୍ରୀମନ୍ଦିର ? ଆଜି ଅପରାହ୍ନ ସାଢ଼େ ୪ଟାରେ ବସିବ ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟ ପ୍ରଶାସକଙ୍କ ଅଧକ୍ଷତାରେ ଏହି ବୈଠକ ବସିବ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଳାପାଳ, ଏସପି, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ସମସ୍ତ ସେବାୟତ ନିଯୋଗର କର୍ମକର୍ତା ଓ ପରିଚାଳନା କମିଟିର ସମସ୍ତ ସଦସ୍ୟ ଯୋଗ ଦେବେ ।
ଜାନୁଆରୀ ୩୧ ପର୍ୟ୍ୟନ୍ତ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବ୍ୟବସ୍ଥା ବନ୍ଦ ରହିଛି ।ଫେବ୍ରୁଆରିରେ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲିବ କି ଖୋଲିବନି ସେ ଉପରେ ସେବାୟତଙ୍କ ମତ ଗ୍ରହଣ କରାଯିବ। ଏହି ଆଧାରରେ ଫେବ୍ରୁଆରି ମାସର ମାର୍ଗଦର୍ଶିକା ଜାରି ହେବ। ଆପାତତଃ, ସେବାୟତ ଶ୍ରୀମନ୍ଦିର ଖୋଲିବା ଉପରେ ମତ ଦେଇପାରନ୍ତି ।ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶନେଇ ଜାନୁଆରି ୩୧ ପର୍ୟ୍ୟନ୍ତ ରୋକ୍ ଲାଗିଛି। କଟକଣା ଅବଧି ସରୁଥିବାରୁ ଫେବ୍ରୁଆରି ପାଇଁ ନୂଆ କଟକଣା ଜାରି ହେବ।
ଅନ୍ୟପଟେ ପୁରୀ ସ୍ୱର୍ଗଦ୍ୱାରରୁ ହଟିଲା କଟକଣା । ଏଣିକି ଜିଲ୍ଲା ବାହାରର ଶବ ସତ୍କାର ହୋଇପାରିବ । ତେବେ ସ୍ୱର୍ଗଦ୍ୱାରରେ ମୃତକ ଜଣଙ୍କ କୋଭିଡ୍ରେ ଆକ୍ରାନ୍ତ ହୋଇନଥିବା ଆବଶ୍ୟକ ।