ଆଜିଠୁ ମହାପ୍ରଭୁଙ୍କ ଦର୍ଶନ

ଖୋଲିଲା ଶ୍ରୀମନ୍ଦିର।ଆଜି ଓ ଆସନ୍ତାକାଲି ସେବାୟତଙ୍କ ପରିବାର ଜଗା ଦର୍ଶନ କରିପାରିବେ ।। ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଠାରୁ ରାତ୍ର ପହୁଡ ପର୍ୟ୍ୟନ୍ତ ଯେକୌଣସି ଦ୍ବାର ଦେଇ ପ୍ରବେଶ ଓ ପ୍ରସ୍ଥାନ କରିପାରିବେ ସେବାୟତ ପରିଵାର। ଏଥିପାଇଁ ନିଜର ଭୋଟର କାର୍ଡ, ଆଧାର କାର୍ଡ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଯେକୌଣସି ପରିଚୟ ପତ୍ର ଦେଖାଇ ଶ୍ରୀମନ୍ଦିରକୁ ଯାଇପାରିବେ ସେବକ ପରିବାର।

ଶନିବାର ଓ ରବିବାର ସଟ୍‌ଡାଉନ୍‌ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବାପରେ ଅଗଷ୍ଟ ୧୬ରୁ ୨୦ ତାରିଖ ପୁରୀବାସୀ ମହାପ୍ରଭୁଙ୍କ ଦର୍ଶନ କରିବେ । ପୁରୀ ମୁନିସିପାଲିଟି ଅଂଚଳର ଲୋକେ ପର୍ୟ୍ୟାୟକ୍ରମେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଅଗଷ୍ଟ ୨୩ରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ପ୍ରତିଦିନ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ୧୨ ଘଣ୍ଟା ଖୋଲା ରହିବ । ଅଗଷ୍ଟ ୩୦ ତାରିଖ ଜନ୍ମାଷ୍ଟମୀ ଓ ସେପ୍ଟେମ୍ବର ୧୦ ତାରିଖ ଗଣେଶ ପୂଜାରେ ଶ୍ରୀମନ୍ଦିର ବନ୍ଦ ରହିବ । ସେହିପରି ସାନିଟାଇଜ୍ ପାଇଁ ଶନିବାର ଓ ରବିବାର ମଧ୍ୟ ମନ୍ଦିର ବନ୍ଦ ରହିବ । ମନ୍ଦିର ଭିତରେ ଓ ବାହାରେ ସମସ୍ତ ଭକ୍ତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ମନ୍ଦିର ଭିତରକୁ ପ୍ରବେଶ ପୂର୍ବରୁ ସବୁ ଶ୍ରଦ୍ଧାଳୁ ହାତ ସାନିଟାଇଜ୍ କରିବେ ।

Comments (0)
Add Comment