ବ୍ରୋଞ୍ଜ ଜିତିଲେ ସିନ୍ଧୁ

ଟୋକିଓ ଅଲିମ୍ପିକ୍ସରୁ ଆଜି ଭାରତ ପାଇଁ ଆସିଛି ଖୁସି ଖବର । ବ୍ୟାଡମିଣ୍ଟନରେ ସଟଲର ପିଭି ସିନ୍ଧୁ ଜିତିଲେ ବ୍ରୋଞ୍ଜ ପଦକ । ସିନ୍ଧୁ ଚାଇନାର ବିଙ୍ଗ୍ ଜିଆଉଙ୍କୁ ଦୁଇଟି ସେଟରେ ପରାସ୍ତ କରି ଦେଶ ପାଇଁ ଆଣିଛନ୍ତି ମେଡାଲ । ୨୧-୧୩ ଏବଂ ୨୧-୧୫ ଦୁଇଟି ସେଟରେ ବିଜୟୀ ହୋଇଛନ୍ତି ପିଭି ସିନ୍ଧୁ ।

ବ୍ରୋଞ୍ଜ ପଦକ ମୁକାବିଲାରେ ସିନ୍ଧୁ ଚାଇନାର ହି ବିଙ୍ଗ୍ ଜିଆଓଙ୍କୁ ସିଧାସଳଖ ୨୧-୧୩, ୨୧-୧୫ ଗେମରେ ହରାଇ ଏହି ବଡ଼ ସଫଳତା ଅର୍ଜନ କରିଛନ୍ତି। ସେମିଫାଇନାଲରେ ବିଶ୍ୱର ୧ ନମ୍ବର ବ୍ୟାଡମିଣ୍ଟନ ତାରକା ଚୀନର ତାଇ ଜୁ-ୟିଙ୍ଗଙ୍କ ଠାରୁ ପରାସ୍ତ ହୋଇଥିଲେ ସିନ୍ଧୁ ।

ଚଳିତ ଅଲିମ୍ପିକ୍ସରେ ସିନ୍ଧୁଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଥିଲା। ପ୍ରଥମ ମ୍ୟାଚରେ ଇସ୍ରାଏଲର ସେନିଆ ପୋଲିକାର୍ପୋଭାଙ୍କୁହରାଇଥିବା ବେଳେ ଦ୍ୱିତୀୟ ମୁକାବିଲାରେ ହଂକଂର ଚିଉଙ୍ଗ ଗାନ୍ ୟି’ଙ୍କୁ ପରାସ୍ତ କରିଥିଲେ। ସେହିପରି ପ୍ରି-କ୍ୱାର୍ଟର୍ ଫାଇନାଲରେ ଡେନମାର୍କର ମିଆ ବ୍ଲିଚଫେଲ୍ଟଙ୍କୁ ସିଧାସଳଖ ୨୧-୧୫, ୨୧-୧୩ ଗେମରେ ହରାଇ ଅନ୍ତିମ-୮ରେ ସ୍ଥାନ ପକ୍କା କରିଥିଲେ। କ୍ୱାର୍ଟର୍ ଫାଇନାଲରେ ସେ ଜାପାନର ଅକାନେ ୟାମାଗୁଚିଙ୍କୁ ୨୧-୧୮, ୨୧-୯ ଗେମରେ ହରାଇ ସେମିଫାଇନାଲ୍ ଟିକେଟ୍ କାଟିଥିଲେ। କିନ୍ତୁ ଅନ୍ତିମ-୪ରେ ସିନ୍ଧୁ ତାଇପେଇର ତାଇ ଜୁ ୟିଙ୍ଗଠାରୁ ୧୮-୨୧, ୧୨-୨୧ ଗେମରେ ହାରି ଫାଇନାଲ୍ ରେସରୁ ଆଉଟ୍ ହୋଇଥିଲେ। ସିନ୍ଧୁଙ୍କ ଏହି ବିଜୟ ପରେ ଭାରତରେ ଖୁସିର ମାହୋଲ ଦେଖାଦେଇଛନ୍ତି ।

Comments (0)
Add Comment