ପାଣିଗ୍ରାହୀ, ପାଠକ କରୋନା ପଜିଟିଭ

ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ ଥିବା ବେଳେ ଜେଲରେ ମଧ୍ୟ ବ୍ୟାପିବାରେ ଲାଗିଛି ସଂକ୍ରମଣ । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ଆଇଏଫଏସ ଅଭୟକାନ୍ତ ପାଠକ କରୋନା ସଂକ୍ରମିତ । ଉଭୟଙ୍କୁ ଜେଲରେ ସଂଗରୋଧରେ ରଖାଯାଇଛି । ଝାରପଡ଼ା ଜେଲରେ ଥିବା ଅନ୍ତେବାସୀଙ୍କ ମଧ୍ୟରୁ ୯୬ ଜଣଙ୍କ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

କିଛିଦିନ ତଳେ ଉଭୟଙ୍କୁ ଜର ଓ ଥଣ୍ଡା ହୋଇଥିଲା । ଏହାପରେ କରୋନା ନମୂନା ପରୀକ୍ଷା ପରେ ଏମାନେ ପଜିଟିଭ ଥିବା ଜଣାପଡିଛି । ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନଜର ରଖାଯାଇଛି। ଉଭୟ ଠକେଇ ମାମଲାରେ ଝାରପଡ଼ା ଜେଲରେ ବିଚାରାଧୀନ କଏଦୀ ଭାବେ ଅଛନ୍ତି । ଦିନକ ପୂର୍ବରୁ ଜେଲରେ ୧୦୦ ଜଣଙ୍କ କରୋନା ଟେଷ୍ଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୬ ଜଣଙ୍କ ପଜିଟିଭ ଆସିଛି ।

ଜେଲରେ ଏବେ କରୋନା ସଂକ୍ରମଣ ଧୀରେ ଧୀରେ ବ୍ୟାପିବାରେ ଲାଗିଛି । କୋଭିଡ ଗାଇଡଲାଇନ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଝାରପଡା ଜେଲ ପୂର୍ବରୁ ବ୍ରହ୍ମୁପର ଜେଲରେ ମଧ୍ୟ ଅନେକ କଏଦୀ ପଜିଟିଭ ଚିହ୍ନଟ ହୋଇଥିଲେ । ।

Comments (0)
Add Comment