ବିଦାୟ ଶିଳ୍ପୀ! ଅଧା ରହିଗଲା ଦ୍ୱିତୀୟ କୋଣାର୍କ ସ୍ୱପ୍ନ…

ରାଜ୍ୟସଭା ସାଂସଦ ତଥା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ଦେହାନ୍ତ । କରୋନାରେ ଆକ୍ରାନ୍ତ ହୋଇ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଅପରାହ୍ନ ପ୍ରାୟ ୩ଟା ୫୦ ମିନିଟ ସମୟରେ ତାଙ୍କ ମତ୍ୟୁ ହୋଇଥିଲା ହସ୍ପିଟାଲ ପକ୍ଷରୁ ଜଣାପଡିଛି । ବ୍ୟାପିନି ପ୍ରତିନିଧିଙ୍କ ସୂଚନା ଅନୁସାରେ, ଗତ ଏପ୍ରିଲ ୨୨ ତାରିଖରୁ ସେ କରୋନାରେ ଆକ୍ରାନ୍ତ ହୋଇ ଏମ୍ସରେ ଚିକିତ୍ସାଧୀନ ଥିଲେ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିବା ଲାଗି ଏମ୍ସ ଭୁବନେଶ୍ୱର ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଏପରିକି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଦିଲ୍ଲୀ ଏମସ ନିର୍ଦ୍ଦେଶକ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ତାଙ୍କ ଚିକିତ୍ସା ବ୍ୟଭସ୍ଥା ନେଇ ଆଲୋଚନା କରିଥିଲେ । ସମସ୍ତଙ୍କ ଶତ ଚେଷ୍ଟା ସତ୍ୱେ ରଘୁନାଥ ମହାପାତ୍ର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

୧୯୭୬ରେ ପଦ୍ମଶ୍ରୀ, ୨୦୦୧ରେ ପଦ୍ମଭୂଷଣ ଏବଂ ୨୦୧୩ରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ ଏହି ଭାସ୍କର୍ଯ୍ୟ ଶିଳ୍ପୀ । ନିହାଣ ଧରି ପଥର ମୁହଁରା ଭାଷା ଫୁଟାଉଥିବା ଏହି ମହାନ ବ୍ୟକ୍ତିଙ୍କ ପ୍ରଶଂସା ଆଉ ବ୍ୟକ୍ତିତ୍ୱ ବାବଦରେ ଯେତେ ଲେଖିଲେ ବି କମ୍ ପଡିବ । ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ସବୁକିଛି ଜଗନ୍ନାଥଙ୍କ ଉପରେ ଛାଡିଦେଇ ଜୀବନ ବଂଚୁଥିବା ମଣିଷଟି ପଂଚଭୂତରେ ଲୀନ ହୋଇଯିବେ । ଦ୍ୱିଥିୟ କୋଣାର୍କ ଗଢିବାର ସ୍ୱପ୍ନ ପଛରେ ଛାଡିଦେଲେ ରଘୁନାଥ ମହାପାତ୍ର । ଗଣମାଧ୍ୟମକୁ ଯେବେ ବି ସାକ୍ଷାତକାର ଦେଇଛନ୍ତି ସବୁବେଳେ ଦ୍ୱିତୀୟ କୋଣାର୍କ ଗଢିବା କଥା ଉଲ୍ଲେଖ କରିଛନ୍ତି । ଆଉ ଆଜି ତାଙ୍କ ଦେହାନ୍ତ ସହିତ ତାଙ୍କ ଏହି ସ୍ୱପ୍ନ ପାତାଳରେ ପୋତି ହୋଇଯାଇଛି । କିଏ ଆଉ ପଥରକୁ କଥା କୁହାଇବା ଶିଖାଇବ । ରଘୁନାଥ ମହାପାତ୍ରଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶହିଷ୍ଟ ବ୍ୟକ୍ତି ଶୋବ୍ୟକ୍ତ କରିଛନ୍ତି ।

ନିହାଣ ମୁନକୁ ବେଶ ଭଲ ଭାବେ ବୁଝିଥିବା ପଦ୍ମବିଭୂଷଣ ରଘୁନାଥ ମହାପାତ୍ର କିନ୍ତୁ ରାଜନୀତିର ମଇଦାନରେ ଏକ ଅଡୁଆ ସ୍ଥିତିରେ ପଡିଯାଇଥିଲେ । ବିଜେଡି ଏକଦା ତାଙ୍କୁ ରାଜ୍ୟସଭା ପଠାଇବାକୁ ଉଦ୍ୟମ କରିଥିଲା । ହେଲେ ଭୋଟ ରାଜନୀତିର ଦାଓପେଂଚରେ ପଛରେ ପଡିଯାଇଥିଲେ ଏହି ପଥର ଶିଳ୍ପୀ । ଶେଷରେ ଏହି ପ୍ରତିଭାଙ୍କୁ ରାଷ୍ଟ୍ରପତି ରାଜ୍ୟସଭାକୁ ମନୋନୀତ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହା ପଛରେ ଥିବା ଅବଦାନକୁ ସେତେବେଳେ ଯଥେଷ୍ଟ ପ୍ରଶଂସା ବି କରାଯାଇଥିଲା । ଆଜି ତାଙ୍କ ଦେହାନ୍ତ ପରେ ପୁରା ସମାଜ ଏହି ଶିଳ୍ପୀଙ୍କୁ ଜଣାଉଛି ଅଶ୍ରୁଳ ବିଦାୟ ।

Comments (0)
Add Comment