ଭାରତର ମିସାଇଲ୍ ଦୁର୍ଘଟଣା ବଶତଃ ପାକିସ୍ତାନରେ ପଡ଼ିବା ଘଟଣା ନେଇ ରାଜ୍ୟସଭାରେ ମନ୍ତବ୍ୟ ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଏହା ଅତ୍ୟନ୍ତ ଦୁଃଖଦ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ।ମିଜାଇଲ୍ ୟୁନିଟର ରୁଟିନ୍ ମେନଂଟେନାନ୍ସ ବେଳେ ଭୁଲବଶତଃ ଏକ ମିଜାଇଲ୍ ଛଡ଼ା ହୋଇଯାଇଥିବା ରାଜନାଥ କହିଛନ୍ତି । ପରେ ଆମେ ଜାଣିବାକୁ ପାଇଲୁ ଯେ ଏହି ମିଜାଇଲ ପାକିସ୍ତାନରେ ମାଡ଼ ହୋଇଛି ।
ଏହି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଆମେ ଏଥିପାଇଁ ଦୁଃଖିତ । ତେବେ ଏଥିରେ କାହାର କୌଣସି କ୍ଷତି ହୋଇନଥିବା ରାଜନାଥ କହିଛନ୍ତି । ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ରାଜନାଥ ସଂସଦରେ ବିବୃତି ରଖିଛନ୍ତି ।
ମାର୍ଚ୍ଚ ୯ ତାରିଖରେ ଭାରତୀୟ ସେନାର ଅନ୍ ଅର୍ମଡ୍ ଭୁଲ୍ରେ ଫାୟାର ହୋଇଯାଇଥିଲା। ଫଳରେ ଏହି ମିସାଇଲଟି ନିୟନ୍ତ୍ରଣ ହରାଇ ପାକିସ୍ତାନର ୧୨୪ କିମି ଭିତରେ ଯାଇ ପଡିଥିଲା। ତେବେ ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇନଥିଲା।