ଏଥର ରଥଯାତ୍ରାରେ ସାମିଲ ହେବେ ଭକ୍ତ ହୋଇପାରେ ପ୍ରବଳ ଗହଳି

ଜୁଲାଇ ୧ରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା । ରଥ ଯାତ୍ରାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆଜି ପ୍ରସ୍ତୁତି ବୈଠକ ବସିଥିଲା । ଏହି ବୈଠକ ଶେଷ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଜିଲ୍ଲାପାଳ । ୨ ବର୍ଷ ପରେ ଘୋଷଯାତ୍ରାରେ ସାମିଲ ହେବେ ଭକ୍ତ । କୋଭିଡ ପରିସ୍ଥିତି ନଥିଲେ ବହୁ ପରିମାଣର ଭକ୍ତ ବଡ଼ଦାଣ୍ଡରେ ଭିଡ଼ କରିବେ । ଏନେଇ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।
କରୋନା ଯୋଗୁଁ ଦୁଇବର୍ଷ ହେଲା ରଥ ଯାତ୍ରାରେ ଭକ୍ତଙ୍କ ପ୍ରବେଶକୁ ଅନୁମତି ମିଳିନଥିଲା । ତେଣୁ ଆକଳନ କରାଯାଉଛି, ଏଥରର ରଥଯାତ୍ରାରେ ନବକଳେବର ଭଳି ଭକ୍ତଙ୍କ ଗହଳି ହୋଇପାରେ । ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ଦେଢରୁ ଦୁଇ ଗୁଣା ଅର୍ଥାତ ପାଖାପାଖି ୧୨ରୁ ୧୫ ଲକ୍ଷ ଭକ୍ତ ଏଥର ଘୋଷଯାତ୍ରାରେ ସାମିଲ ହୋଇପାରନ୍ତି । ତେଣୁ ଏତେ ସଂଖ୍ୟକ ଭକ୍ତ ଗହଳିକୁ ନେଇ ପ୍ରସ୍ତୁତି ଆରମ୍ଭ କରିଛି ପୁରୀ ପ୍ରଶାସନ । ରଥଯାତ୍ରା ସମୟରେ କେବଳ ଦୁଇଟି ଡୋଜ ଟିକା ଓ ବୁଷ୍ଟର ଡୋଜ ନେଇଥିବା ଲୋକେ ପୁରୀ ଆସିବାକୁ ଆହ୍ୱାନ ଦେଇଛି ପୁରୀ ପ୍ରଶାସନ ।
ଦୁଇଟି ପ୍ଲାନ କରାଯାଇଛି । କୋଭିଡ ପରିସ୍ଥିତି ଗମ୍ଭୀର ହେଲେ ବ୍ୟବସ୍ଥାରେ ପରିବର୍ତ୍ତନ କରାଯିବ । ସେଥିପାଇଁ ସମସ୍ତ ବିଭାଗ ନିଜ ଆକ୍ସନ ପ୍ଲାନ ପ୍ରାଦନ କରିଛନ୍ତି । ଆବଶ୍ୟକ ପଡିଲେ ୪/୫ ଦିନ ପରେ ପୁଣି ବସିପାରେ ବୈଠକ । ରଥଯାତ୍ରା ସମୟରେ ଆନୁଷଙ୍ଗିକ ସୁବିଧା ସୁଯୋଗ କିଭଳି ଭକ୍ତ ପାଇବେ ସେନେଇ ଆଲୋଚନା କରାଯାଇଛି ।

Comments (0)
Add Comment