କିଶୋରଙ୍କୁ ଟିକା ଦେବାକୁ ଆଜିଠୁ ପଞ୍ଜିକରଣ

କିଶୋରଙ୍କୁ ଟିକାକରଣ ପାଇଁ ଆଜିଠୁ ଆରମ୍ଭ ହେବ ସ୍ଲଟ୍ ବୁକିଂ । ଆସନ୍ତା ୩ ତାରିଖରୁ ୧୫ରୁ ୧୮ ବର୍ଷ ପିଲାଙ୍କୁ ଦିଆଯିବ ଟିକା । ଏଥିପାଇଁ ଆଜିଠାରୁ ଅନଲାଇନ୍ ପଞ୍ଜିକରଣ ଆରମ୍ଭ ହେଉଛି । ଟିକାକଣ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ।
ରାଜ୍ୟରେ ୨୫ ଲକ୍ଷ ୫୩ ହଜାର କିଶୋର ଭ୍ୟାକସିନ୍ ନେବେ । ପ୍ରଥମ ଡୋଜର ୨୮ ଦିନ ବ୍ୟବଧାନରେ ଦ୍ବିତୀୟ ଡୋଜ ଦିଆଯିବ । ଏଥିପାଇଁ ସ୍ବତନ୍ତ୍ର ଟିକାକରଣ କେନ୍ଦ୍ର ସହିତ ୨ ପ୍ରକାରର ବ୍ୟବସ୍ଥା ହୋଇଛି । ଆବଶ୍ୟକ ହେଲେ ସ୍କୁଲରେ ମଧ୍ୟ ଟିକାକରଣ କେନ୍ଦ୍ର ହେବ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି । ମାସେ ଭିତରେ କିଶୋରଙ୍କୁ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖିଛି ସ୍ବାସ୍ଥ୍ୟ ବିଭାଗ ।
ଏହା ଛଡା ‘ଅନ୍ ଦ ସ୍ପଟ୍’ ଟିକାକରଣର ବ୍ୟବସ୍ଥା ମଧ୍ୟ ହୋଇଛି । ଯେଉଁମାନେ ସ୍ଲଟ୍ ବୁକିଂ କରିପାରିବେ ନାହିଁ ସେମାନେ ସିଧାସଳଖ ଟିକାକରଣ କେନ୍ଦ୍ରରେ ପହଂଚି ସ୍କୁଲ ଓ କଲେଜର ପରିଚୟପତ୍ର ଦେଖାଇ ଟିକା ନେଇପାରିବେ ।ଆବଶ୍ୟକ ପଡ଼ିଲେ ସ୍କୁଲ ଓ କଲେଜରେ ମଧ୍ୟ ଟିକାକରଣ କେନ୍ଦ୍ର କରାଯାଇପାରେ । ଗଣଶିକ୍ଷା ବିଭାଗରୁ ତଥ୍ୟ ଆସିବା ପରେ ଟିକାକରଣ କେନ୍ଦ୍ର ସଂଖ୍ୟା ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି । ରାଜଧାନୀରେ ଲକ୍ଷେ କିଶୋର କରୋନାର ଟିକା ନେବେ । ଏଥିପାଇଁ ବିଏମସି ପକ୍ଷରୁ ପ୍ରସ୍ତୁତି କରାଯାଇଛି । ଭୁବନେଶ୍ୱରରେ ୩୫ଟି ଟିକାକରଣ କେନ୍ଦ୍ରରେ ଭ୍ୟାକ୍ସିନ୍ ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ନିଜେ ବିଏମସି କମିଶନର ଟିକାକରଣ କେନ୍ଦ୍ର ବୁଲି ସ୍ଥିତି ପରିଖିଛନ୍ତି ।

Comments (0)
Add Comment