କୋହଳ ହେଲା ପ୍ରଚାର କଟକଣା

କୋହଳ ହେଲା ପ୍ରଚାର କଟକଣା । ରାଜ୍ୟ ନିର୍ବାଚନ କମିଶନର ଏନେଇ ପ୍ରେସ୍‌ମିଟ୍‌ ଜରିଆରେ ସୂଚନା ଦେଇଛନ୍ତି । ପଞ୍ଚାୟତ ନିର୍ବାଚନର ପରିଚାଳନା ଓ କୋଭିଡ଼ କଟକଣାର ଅନୁପାଳନ ନେଇ ଆଜି ଜିଲ୍ଲାପାଳଙ୍କ ସହ ରାଜ୍ୟ ନିର୍ବାଚନ କମିଶନର ବୈଠକ ବସିଥିଲା । ଭର୍ଚୁଆଲ୍‌ ମାଧ୍ୟମରେ ବସିଥିବା ଏହି ବୈଠକରେ ସମସ୍ତ ଜିଲ୍ଲାପାଳମାନ ଉପସ୍ଥିତ ରହିଥିଲେ । ଆଜିର ଏହି ସମୀକ୍ଷା ବୈଠକ କେତେକ କଟକଣାକୁ କୋହଳ କରାଯାଇଛି ।
କରୋନା ସଂକ୍ରମଣ କିଛି ମାତ୍ରାରେ ହ୍ରାସ ପାଇଥିବାରୁ ପୂର୍ବରୁ ଲାଗିଥିବା କଟକଣାକୁ କିଛି ମାତ୍ରାରେ କୋହଳ କରାଯାଇଛି । ଏଣିକି ୨୦ ଜଣଙ୍କୁ ନେଇ ଘରକୁ ଘର ବୁଲି କ୍ୟାମ୍ପେନିଂ କରିପାରିବେ ପ୍ରାର୍ଥୀ । ପୂର୍ବରୁ ମାତ୍ର ୫ ଜଣଙ୍କୁ ନେଇ ଘରକୁ ଘର ବୁଲି ପ୍ରଚାର କରିବାକୁ ଅନୁମତି ମିଳିଥିଲା । କିନ୍ତୁ ଏବେ ଏହି କଟକଣାକୁ କିଛି ମାତ୍ରାରେ କୋହଳ କରାଯାଇଛି । ସେହିଭଳି ୩୦୦ ଲୋକଙ୍କୁ ନେଇ ରାଜନୈତିକ ସଭାକୁ ଅନୁମତି ମିଳିଛି । ତେବେ କରୋନା ଗାଇଡଲାଇନ ମାନି ସଭା ହୋଇପାରିବ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ । କୌଣସି ସ୍ଥାନରେ କରୋନା ଗାଇଡଲାଇନର ଉଲ୍ଲଂଘନ ହେଉଥିଲେ ଦଳ ଓ ପ୍ରାର୍ଥୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ।

Comments (0)
Add Comment