୧୬ରୁ ଖୋଲିବ ସ୍ୱର୍ଗଦ୍ୱାର । ଆସନ୍ତା ୧୬ ତାରିଖରୁ ପୁରୀ ବାହାର ଜିଲ୍ଲାର ଲୋକଙ୍କୁ ଶବଦାହ କରିବାକୁ ଅନୁମତି ପ୍ରଦାନ କରାଯାଇଛି । ଶବଦାହ ସମୟରେ କୋଭିଡ୍ କଟକଣା ମଧ୍ୟରେ ୧୦ ଜଣ ଉପସ୍ଥିତ ରହିପାରିବେ । ତେବେ ସ୍ୱର୍ଗଦ୍ୱାରରେ ଶବଦାହ କରିବାକୁ ମୃତକଙ୍କ କୋଭିଡ୍ ନେଗେଟିଭ ରିପୋର୍ଟ ଦେବା ବାଧ୍ୟତାମୂଳକ କରାଯାଇଛି ।
କରୋନା କଟକଣା ପାଇଁ ପୁରୀ ଜିଲ୍ଲାକୁ ଛାଡିଦେଲେ ଅନ୍ୟ ଜିଲ୍ଲାବାସୀଙ୍କ ପାଇଁ ବନ୍ଦ ରହିଥିଲା ସ୍ୱର୍ଗଦ୍ୱାର । କେବଳ ପୁରୀ ଜିଲ୍ଲାବାସୀ ସ୍ୱର୍ଗଦ୍ୱାରରରେ ଶବ ଶତ୍କାର କରିପାରୁଥିଲେ । କିନ୍ତୁ ବର୍ତ୍ତମାନ ଅନ୍ୟ ଜିଲ୍ଲାବାସୀ ସ୍ୱର୍ଗଦ୍ୱାର ଆସି ଶବ ଶତ୍କାର କରିପାରିବେ । ରାଜ୍ୟରେ କରୋନା କଟକଣା କୋହଳ ହେଉଥିବା ବେଳେ ପୁରୀ ସ୍ୱର୍ଗଦ୍ୱାରକୁ ଅନ୍ୟ ଜିଲ୍ଲାବାସୀଙ୍କ ପାଇଁ ଖୋଲିବା ପାଇଁ ପ୍ରଶାସନ ନିସ୍ପତ୍ତି ଗ୍ରହଣ କରିଛନ୍ତି । ଏପ୍ରିଲ ୨୫ ତାରିଖରୁ ପୁରୀ ଜିଲ୍ଲା ବାହାରର କୌଣସି ଲୋକ ସ୍ୱର୍ଗଦ୍ୱାରରେ ଶବଦାହ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା । ପୁରୀ ଜିଲ୍ଲାର ଲୋକେ ଅନ୍ୟ କାରଣ ପାଇଁ ମୃତ୍ୟୁ ହେଲେ ସ୍ୱର୍ଗଦ୍ୱାରରେ ଆତ୍ମୀୟଙ୍କ ଶବଦାହ କରିପାରିବେ ବୋଲି କୁହାଯାଇଥିଲା ।